Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍‌ଗଲେ ମାଷ୍ଟରମାଇଣ୍ଡ ସମେତ ୧୯
    ଅପରାଧ

    ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍‌ଗଲେ ମାଷ୍ଟରମାଇଣ୍ଡ ସମେତ ୧୯

    NewsLaxmi7By NewsLaxmi7March 28, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲାରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ମନୋଜଙ୍କ କୋଚିଂ ସେଣ୍ଟର ହିଁ ନକଲି ସାର୍ଟିଫିକେଟ ତିଆରିର ମୁଖ୍ୟ କେନ୍ଦ୍ର ଥିଲା ବୋଲି ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି।

    ଏସ୍‌ପି କହିଛନ୍ତି, ଦୀର୍ଘ ବର୍ଷ ହେଲା ଏଠାରେ ନକଲି ସାର୍ଟିଫିକେଟ ବେପାର ଚାଲିଥିଲା। ଓଡ଼ିଶା ସାରା ପିଲାଙ୍କୁ ବାହାର ରାଜ୍ୟର ସାର୍ଟିଫିକେଟ ଯୋଗାଇ ଦିଆଯାଉଥିଲା। ଟଙ୍କା ଅନୁଯାୟୀ ମାର୍କ ଦେଉଥିଲେ। ଯିଏ ଅଧିକ ଦେଉଥିଲା, ସିଏ ଅଧିକ ମାର୍କ ପାଉଥିଲା। ଅନେକ ପିଲା ଏଠାରୁ ନକଲି ସାର୍ଟିଫିକେଟ ନେଇ ଚାକିରି ବି ହାତଉଥିଲେ। ସାର୍ଟିଫିକେଟ ଯାଞ୍ଚ ହେଲେ ତାହାର ବି ବ୍ୟବସ୍ଥା କରୁଥିଲେ ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକ। କାରଣ ବାହାର ରାଜ୍ୟର ବୋର୍ଡର କିଛି ତଳିଆ କର୍ମଚାରୀଙ୍କ ସହ ଏମାନଙ୍କ ଲିଙ୍କ୍ ଥିଲା। ତେଣୁ ଲୋକଙ୍କ ବିଶ୍ୱାସ ବଢ଼ୁଥିଲା। କଲେଜ ଓ ସ୍କୁଲରେ ପାଠପଢ଼ିବା ଅପେକ୍ଷା ଏମାନଙ୍କ ପାଖରେ ଆବେଦନକାରୀଙ୍କ ଲମ୍ବା ଲାଇନ ଲାଗୁଥିଲା। ଗାଁ ଓ ସହରମାନଙ୍କରେ ଦଲାଲ ରଖି ନକଲି ସାର୍ଟିଫିକେଟର ସିଣ୍ଡିକେଟ ମନୋଜ ଚଲାଉଥିଲା। ବାହାର ରାଜ୍ୟରେ ଲିଙ୍କ୍ ରଖି ଓଡ଼ିଶାରେ ଦଲାଲ ନିଯୁକ୍ତ କରି ଏକ ବଡ଼ ନେଟୱର୍କ ନକଲି ସାର୍ଟିଫିକେଟ କାରବାର ପାଇଁ ସେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ କେସ୍‌ ନମ୍ବର ୧୪୧/୨୪.୩.୨୦୨୩ ତଥା ଆଇପିସି ଦଫା ୪୬୭/୪୬୮/୪୭୧/୪୨୦/୩୪ରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଇଥିଲା।

    ଏଥିରେ ମନୋଜ ସଂପର୍କରେ ପୁଲିସ ସୁରାକ ପାଇବା ପରେ ମିସନ ପଡ଼ିଆ ଆଗରେ ଥିବା ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ଉ କରାଯାଇଥିଲା। ମନୋଜ ଓ ଆଲୋକଙ୍କୁ ପଚରାଉଚରା କରାଯାଇଥିଲା। ଚଢ଼ଉରେ କୋଚିଂ ସେଣ୍ଟରରୁ ୫ ହଜାର ଯାଏଁ ନକଲି ସାର୍ଟିଫିକେଟ ଓ ମାର୍କସିଟ, ସରକାରୀ ଚିଠିପତ୍ର କପି ସବୁ ମିଳିଥିଲା। ଦେଶର ପ୍ରାୟ ୪୧ଟି ବିଶ୍ବବିଦ୍ୟାଳୟ, ସ୍କୁଲ, କଲେଜର ସାର୍ଟିଫିକେଟ ମାର୍କସିଟ ସବୁ ରହିଥିଲା। କମ୍ପ୍ୟୁଟର ଓ ହାର୍ଡଡିସ୍କ ସବୁ ଯାଞ୍ଚ କରିବା ପରେ ସାର୍ଟିଫିକେଟ ଓ ମାର୍କସିଟର ସବୁର ସଫ୍ଟ କପି ରହିଥିଲା। ଯାହାକୁ ସେମାନେ ଅବିକଳ ଅସଲି କରି ପ୍ରିଣ୍ଟ ବାହାର କରୁଥିଲେ। କଲର ପ୍ରିଣ୍ଟର, ୨୭ଟି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍କୁଲ କଲେଜର ରବରଷ୍ଟାମ୍ପ ଜବତ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

    ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଏସ୍‌ପି କହିଛନ୍ତି, ନକଲି ସାର୍ଟିଫିକେଟରେ ଏହି ସିଲ୍‌ ମୋହର ବ୍ୟବହାର କରାଯାଉଥିଲା। ଏହା ସହିତ ବଲାଙ୍ଗୀର ଜିଲ୍ଲାର ମଧ୍ୟ ବିଭିନ୍ନ ଅଧିକାରୀ ତହସିଲଦାର, ପିଡି, ଯୁଗ୍ମନିର୍ଦେଶକଙ୍କ ଅଫିସିଆଲ ରବରଷ୍ଟାମ୍ପ କୋଚିଂରୁ ଜବତ କରାଯାଇଛି। ନିକଟରେ ଡାକ ବିଭାଗରେ ଯେଉଁ ନକଲି ସାର୍ଟିଫିକେଟ ଆବେଦନକାରୀମାନେ ଦାଖଲ କରିଥିଲେ ତାହା କୋଚିଂ ସେଣ୍ଟରରୁ ହିଁ ସେମାନେ କିଣି ନେଇଥିଲେ। ଉକ୍ତ ଉତ୍ତରପ୍ରଦେଶର ମ୍ୟାଟ୍ରିକ ସାର୍ଟିଫିକେଟ ବାବଦକୁ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଯାଏଁ ମନୋଜ ମିଶ୍ର ଦଲାଲମାନଙ୍କ ସହାୟତାରେ ନେଇଥିବା ପୁଲିସ କହିଛି। ପୂର୍ବରୁ ବି ଅନେକ ସରକାରୀ ଚାକିରି ବାହାରିଲେ ଏମାନଙ୍କ ନେଟୱର୍କ କାମ କରି ନକଲି ସାର୍ଟିଫିକେଟର ବେପାର କରୁଥିଲେ। ଏମ୍‌ସିଏଲ୍‌, ରେଲୱେ, ଆର୍‌ଆଇ ଅମିନ, ଶିକ୍ଷକ, ନର୍ସ, ଫାର୍ମାସିଷ୍ଟ ସହ ଅନ୍ୟ ସରକାରୀ ଚାକିରି ବାହାରିଲେ ପିଲାଙ୍କୁ ସାର୍ଟିଫିକେଟ ଯୋଗାଉଥିଲେ। ପ୍ରାର୍ଥୀ ଓ ପଦବି ଅନୁସାରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍‌ ହେଉଥିଲା। କୋଚିଂ ସେଣ୍ଟରରୁ ୬ ଟି ଜମିର କାଗଜପତ୍ର ମଧ୍ୟ ଜବତ ହୋଇଥିବା ବେଳେ ତାହା ଲୋକଙ୍କୁ ଠକେଇ ଟଙ୍କାରେ କିଣାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଣୁ ସେ ଦିଗରେ ପୁଲିସ ତଦନ୍ତ ଚଳାଇଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ନକଲି ସାର୍ଟିଫିକେଟ କିଣିଥିବା ୧୭ ଜଣ ଏବଂ ଏହାର ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକଙ୍କୁ ମିଶାଇ ୧୯ ଜଣ କେବଳ ଗିରଫ ହୋଇଛନ୍ତି। ଆଗକୁ ସାର୍ଟିଫିକେଟ କିଣିଥିବା ଏବଂ ଦଲାଲମାନଙ୍କ ସହ ଏମାନଙ୍କ ଲିଙ୍କ୍‌ରେ ଯେଉଁମାନେ ବାହାର ରାଜ୍ୟର ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 newslaxmi7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବଢ଼ୁଛି କରୋନା ସଂକ୍ରମଣ, ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି
    Next Article ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍‌ଗଲେ ମାଷ୍ଟରମାଇଣ୍ଡ ସମେତ ୧୯
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସରୁନି ଦାଦନ ଦୁଃଖ, କାମ କରିବାକୁ ଯାଇଥିବା ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

    May 26, 2022

    ଗୁଳିକାଣ୍ଡରେ ଥରିଲା ଓ୍ୱାଶିଂଟନ : ଜଣେ ମୃତ, ୬ ଗୁରୁତର

    July 24, 2022

    ବଦଳିବ ସରକାରୀ ଆଇଟିଆଇ ରୂପ, ଛାତ୍ରଛାତ୍ରୀଙ୍କୁ ମାଗଣା ୱାଇଫାଇ

    April 29, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.