ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ
କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର […]








