ଅପରାଧ ରାଜ୍ୟ

ଅଜଣା ଜନ୍ତୁର ଉନ୍ମତ୍ତ କାଣ୍ଡ: ଗାଁରେ ପଶି ୧୫ ଜଣଙ୍କୁ ଆକ୍ରମଣ, ୩ ଗୁରୁତର; ବନ କର୍ମଚାରୀ ବି ଆହତ

ସୁନ୍ଦରଗଡ଼: ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜନ୍ତୁ ଉତ୍ପାତ କରିଛି। ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ନିଆଯାଇଛି। ଅନ୍ୟ ୨ ଜଣଙ୍କୁ ସୁନ୍ଦରଗଡ଼ରେ ରଖାଯାଇଛି। ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ […]

ଅପରାଧ ରାଜ୍ୟ

ରାଜଧାନୀର ବିଭିନ୍ନ ବାର୍‌ରେ ଚଢାଉ, ବିଳମ୍ବିତ ରାତି ଯାଏଁ ଚାଲିଥିଲା

ଭୁବନେଶ୍ୱର ୧୧।୦୯: ରାଜଧାନୀର ବିଭିନ୍ନ ବାର୍‌ କମିଶନରେଟ୍‌ ପୋଲିସର ଚଢାଉ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଲିଥିବା ନେଇ ଚଢାଉ କରିଛି କମିଶନରେଟ୍‌ ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ । ବାର ଭିତରେ ଚାଲିଥିଲା ନାଚଗୀତର ଆସର । ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବିଭିନ୍ନ ବାରରେ ରହିଥିବା […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁରଠାରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରହାଳୟକୁ ଭୁବନେଶ୍ବରରେ ରହୁଥିବା ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ପାଠାଗାରର ଶତାଧିକ ପୁସ୍ତକ, ଗବେଷଣା ନିବନ୍ଧ ଏବଂ ଥାଇଲାଣ୍ତର ବିଭିନ୍ନ ଆକୃତିର ବୌଦ୍ଧ ମୂର୍ତ୍ତି, ୧ ହଜାରରୁ ଊର୍ଦ୍ଧ୍ବ ପୁରାତନ ସମ୍ବାଦପତ୍ର କଟିଂ ପ୍ରଦାନ କରାଯାଇଛି। ସେହିଭଳି ପରଲୋକଗତ ସାହିତ୍ୟିକ କୁଳମଣି ନାଥଶର୍ମାଙ୍କ ନିଜସ୍ବ ପାଠାଗାରର […]

ରାଜ୍ୟ ସ୍ୱାସ୍ଥ୍ୟ

କିଡ୍‌ନି ରୋଗାକ୍ରାନ୍ତଙ୍କୁ ମିଳୁନି ଚିକିତ୍ସା ସହାୟତା, ସାହାଯ୍ୟର ଭିକ୍ଷା ମାଗୁଛନ୍ତି ସ୍ତ୍ରୀ-ପିଲା

ଓଡ଼ଗାଁ : ଦିନ ଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ। ପ୍ରଶାସନ ଯାହା କରିପାରିନଥିଲା ତାହା କରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ। ଦିନରାତି ଏକ କରି ନିର୍ମାଣ କରିଥିଲେ ଗାଁକୁ ନିତିଦିନିଆ ରାସ୍ତା। ବିଶାଳ ପାହାଡ଼କୁ ନିହାଣ ମୁନରେ କାଟି ପ୍ରଶାସନର ଆଖି ଖୋଲି ଦେଇଥିଲେ। ସେ ଆଉ କେହି ନୁହନ୍ତି ଓଡ଼ଗାଁ ବ୍ଲକ୍‌ ତୁଲୁବି ଗାଁର ହରି ବେହେରା। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଗୋଟିଏ କିଡ୍‌ନି ଖରାପ ହୋଇଥିବାରୁ […]

ଅପରାଧ ରାଜ୍ୟ

ଧକ୍କା ଦେଲା ବାଇକ୍, ଭାଙ୍ଗିଗଲା ଲୁହାଟିଣ ବେପାରୀଙ୍କ ଗୋଡ

ଭୁବନ, ୧୧|୦୯: ଧକ୍କା ଦେଲା ଅଜଣା ବାଇକ୍ । ଗୁରୁତର ହେଲେ ଲୁହାଟିଣ ବେପାରୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଚନ୍ଦାରରେ । ପ୍ରତିଦିନ ପରି ରବିବାର ମଧ୍ୟ ରୋଜଗାର ଆଶା ନେଇ ଏକ ସାଇକେଲ ଯୋଗେ ଲୁହାଟିଣ ବେପାରୀଜଣଙ୍କ ଘରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ଯେ ଏକ ଅଜଣା ବାଇକ ତାଙ୍କୁ ଧକା ଦେଇ ଚାଲିଯିବ । ରାସ୍ତାରେ ଏକ ଅଜଣା ବାଇକ ଧକ୍କାରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତୁହାକୁ ତୁହା ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ: ଆରମ୍ଭ ହେଲା ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଦିବସ ଅବସରରେ ପ୍ରତିବର୍ଷ ପରି ଆଜି (୧୧ ସେପ୍ଟେମ୍ବର, ରବିବାର) ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ; ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆରେ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହେଉଛି। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର […]

ଅପରାଧ ରାଜ୍ୟ

ମେଡିକାଲ ପରିସରରୁ ଲୁଟ୍‌, ସିସିଟିଭିରେ କଏଦ ହେଲା ଚିତ୍ର

ଭଦ୍ରକ ୧୧।୦୯ : ମେଡିକାଲ ପରିସରରୁ ଲୁଟ୍‌ । ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଚିତ୍ର । ଥାନାରେ ଅଭିଯୋଗ ପରେ ଲୁଟ୍‌ ଗାଡି ଉଦ୍ଧାର ହୋଇଥିବା ବେଳେ ଲୁଟେରା ଫେରାର ହୋଇଯାଇଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ପରିସରରେ ଏହି ଚୋରି ହୋଇଛି । ମେଡିକାଲର ଡ୍ରେସିଂ ବିଭାଗର କାର୍ଯ୍ୟ କରୁଥିବା ଯଦୁନାଥ ବେହେରା ଦିନ ଦୁଇଟାରେ ଡ୍ୟୁଟିରେ ଯୋଗ ଦେବା ବେଳେ ନିଜ ସ୍କୁଟିକୁ ପଛପଟେ ରଖିଥିଲେ । […]

ଅପରାଧ ରାଜ୍ୟ

ରାଗିଂ ଯୋଗୁଁ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା : ମିଳିଲା ହାତଲେଖା ଚିଠି, ଲେଖାଯାଇଛି…

ଭଦ୍ରକ ୧୧।୦୯: ରାଗିଂ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ଘଟଣା । ମିଳିଲା ହାତଲେଖା ଚିଠି । ଚିଠିଟି ଛାତ୍ର ଙ୍କର ହୋଇଥିବା ସନ୍ଦେହ । ଅନ୍ୟ ପାଖେ ରାଗିଂ ଖବରକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ତିହିଡିରେ ଥିବା ଏକ ଘରୋଇ ଆଇଟିଆଇରେ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ରୀ ଅମ୍ରିତା ମୃତ୍ୟୁ ଘଟଣା, ୮ଦିନ ପରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଯାଜପୁର ୧୧।୦୯ : ଯାଜପୁର ବିଂଝାରପୁର ବରୀକୁଳ ଗାଁର ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣା । ୮ଦିନ ପରେ ଆସିଲା ବ୍ୟବଛେଦ ରିପୋର୍ଟ । ଛାତ୍ରୀ ଙ୍କୁ ହତ୍ୟା କରାଯାଇନାହିଁ ବରଂ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଖବର ଅନୁଯାୟୀ, ବିଂଝାରପୁର ବରୀକୁଳ ଗାଁର ଅମୂଲ୍ୟ ଦାସଙ୍କ ସାନ ଝିଅ ଅମ୍ରିତା ଦାସ ଗତ ୩ ତାରିଖ ଦିନ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି […]

ଅପରାଧ ରାଜ୍ୟ

ବଲାଙ୍ଗୀରରେ ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ୧୧।୦୯ : ବଲାଙ୍ଗୀରରେ ଥମୁନି ଅପରାଧ । ବଲାଙ୍ଗୀର ସହର ନିକଟ ଖୁଜେଲପାଲି ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ ସୁରେଶ ଭୋଇ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୁରେଶ ଖୁଜେନପାଲିରେ ଏକାକୀ ରହୁଥିଲେ ସୁରେଶ । ତାଙ୍କର ଦୁଇ ଜଣ ସ୍ତ୍ରୀ ଥିବା ବେଳେ ଜଣେ ବେହେରାପାଲି ଓ ଜଣେ ଖର୍ଲିକାନୀରେ ରହୁଛନ୍ତି । […]