ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି: ଡାକ୍ତରଙ୍କୁ ଚପଲରେ ପିଟି ଥାନାରେ ଅଟକ
ସମ୍ବଲପୁର: ଡାକ୍ତର ଆସିବାରେ ଟିକେ ବିଳମ୍ବ କରିଦେଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟବସାୟୀ ତାଙ୍କୁ ଚପଲରେ ପିଟିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କ ଟେକ୍ନିସିଆନ୍ ବି ବ୍ୟବସାୟୀଙ୍କ କୋପରୁ ବର୍ତ୍ତି ନାହାନ୍ତି। ସମ୍ବଲପୁର ଟାଉନ୍ ଥାନା ଅଞ୍ଚଳରେ ବ୍ୟବସାୟୀଙ୍କ ଏହି ଦବଙ୍ଗଗିରି ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣର ଶିକାର ହୋଇଥିବା ଡାକ୍ତର ହେଉଛନ୍ତି ଚିଦାନନ୍ଦ ମିଶ୍ର। ସେ ସନ୍ ଡାଇଗ୍ନୋଷ୍ଟିକ୍ରେ ରେଡିଓଲୋଜିଷ୍ଟ ଭାବେ କାମ କରୁଛନ୍ତି। ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ […]