ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହୋଇଥିଲା। ମାତ୍ର ଅଧିକାଂଶ ବିଦ୍ୟାଳୟରେ ଅଭିଭାବକ ନ ଆସିବାରୁ ବୈଠକ ଶତ ପ୍ରତିଶତ ସଫଳ ହୋଇନାହିଁ। ଏନେଇ ଜଣାପଡ଼ିବା ପରେ ଓସେପା ପକ୍ଷରୁ ଗତକାଲି ଜିଲ୍ଲା ଶିକ୍ଷା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କାର୍ତ୍ତିକ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ

ପୁରୀ : ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବ। ଏଣୁ ଏହିଦିନ ବିଳମ୍ବିତ ନୀତିକାନ୍ତି ପାଇଁ ଭକ୍ତଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ‌ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ କେଉଁ ସମୟରେ ନୀତିକାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି। ଅକ୍ଟୋବର ୨୫ ତାରିଖରେ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ […]

ଅପରାଧ ରାଜ୍ୟ

ଟ୍ରକ୍ ଧକାରେ ଯୁବକ ମୃତ, ଘରକୁ ଯିବାବେଳେ ମାଡିଗଲା ଦଶଚକିଆ

ନିଶ୍ଚିତକୋଇଲି ୨୩/୦୯: ଟ୍ରକ୍ ଧକ୍କାରେ ଯୁବକ ମୃତ। ନିଶ୍ଚନ୍ତକୋଇଲି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ସୁକରପଡା ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ଗୋତରା ପଞ୍ଚାୟତ ଆପିଲୋ ଗ୍ରାମର ସୁବାସ ପଣ୍ଡାଙ୍କ ୪୨ ବର୍ଷୀୟ ପୁଅ ମାନସ ପଣ୍ଡା । ସୂଚନାନୁଯାୟୀ, ମାନସ କେନ୍ଦ୍ରାପଡ଼ାର ଏକ ୟାମା ସୋରୁମରେ କାମ କରନ୍ତି। କିଛି ସମୟ ପୂର୍ବେ ସେ ବାଇକରେ ଘରୁ ବାହାରି କେନ୍ଦ୍ରାପଡ଼ା ଯାଉଥିଲେ। ସୁକରପଡା ବଜାରରେ […]

ଅପରାଧ ରାଜ୍ୟ

ସରପଞ୍ଚଙ୍କ ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭକୁ ନେଇ ବିବାଦ, ଟୁଇଟରରେ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ ୨୩/୦୯: ସରପଞ୍ଚଙ୍କ ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭକୁ ନେଇ ବିବାଦ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସୁଚନା ଅନୁଯାୟୀ ଟିଲୋ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସ୍ଥାନୀୟ ଏକ ଦୋକାନ ଘରେ ବେଆଇନ ଭାବେ ରନ୍ଧନ ଗ୍ୟାସ ବିକ୍ରି କରୁଥିବା ନେଇ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କିନ୍ତୁ ଏହି ନୋଟିସ ହୋଇଥିବା ଲେଟର ପ୍ୟାଡ଼ରେ ଅଶୋକ ସ୍ଥମ୍ଭ ଥିବା […]

ଅପରାଧ ରାଜ୍ୟ

ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ସ୍ବାମୀ, ପୂର୍ବରୁ ଉଭୟଙ୍କର ହୋଇସାରିଛି ବିବାହ ବିଚ୍ଛେଦ

ଭୁବନେଶ୍ୱର ୨୩।୦୯ : ଭୁବନେଶ୍ବର ଜଗନ୍ନାଥ ବିହାର ଲେନ୍ ୧ରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ସ୍ବାମୀ । ଗୁରୁତର ମହିଳା ହେଲେ ପ୍ରଭାତୀ ପ୍ରଧାନ। ଖବର ଅନୁଯାୟୀ, ପ୍ରଭାତୀଙ୍କ ସ୍ବାମୀ ଜଗନ୍ନାଥ ପ୍ରଧାନ ଅଟୋ ଚଳାଏ । ଉଭୟଙ୍କର ବିବାହ ବିଚ୍ଛେଦ ଘଟିଛି । ତଥାପି ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ ଆସି ପ୍ରଭାତୀକୁ ମାରପିଟ କରୁଥିଲା। ଏପିରିକି ଗୁରୁବାର ରାତି ୯ଟାରେ ପ୍ରଭାତୀ ରହୁଥିବା ଘରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍‌

ଧର୍ମଗଡ଼ ୨୩।୦୯: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ l ଗତ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ ଟିମ ଗାଁ ଗାଁରେ ଯାଇ ସ୍ଥିତି ଅନୁଧ୍ୟାନ କରି ମେଡ଼ିସିନ ଦେଉଛନ୍ତି । ହେଲେ ବର୍ତମାନ ପୁଣି ଆଉ ଏକ ବ୍ଲକରେ ଡାଇରିଆ ଆତଙ୍କ ଖେଳାଇଛି l ଖବର ଅନୁଯାୟୀ, କଳମପୁର ବ୍ଲକ ଭାଲୁବୁଡ୍ରା ଗାଁ ର ୧୧ଜଣ ଗତ ତିନି ଦିନ ପୂର୍ବରୁ ଝାଡା […]

ଅପରାଧ ରାଜ୍ୟ

ସପ୍ତାହେ ହେଲା ଅନ୍ଧାରରେ ପଞ୍ଚାୟତବାସୀ, ଦାବି ପରେ ବି ଶୁଣୁନାହାନ୍ତି କେହି…

ଫୁଲବାଣୀ ୨୩।୦୯ : ସପ୍ତାହେ ହେଲା ଅନ୍ଧାରରେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରେ ଆଜକୁ ପ୍ରାୟ ସାତ ଦିନ ହେଲା ପୋଡିଯାଇଛି ଟ୍ରାନ୍ସଫର୍ମର । ଯାହାଫଳରେ ଗ୍ରାମବାସୀ ଏପରି ଅସୁବିଧା ଭୋଗୁଛନ୍ତି । ଖବର ଅନୁଯାୟୀ, ମିଣିଆ ପଞ୍ଚାୟତରେ କୌଣସି କାରଣରୁ ଟ୍ରାନ୍ସଫର୍ମଟି ପୋଡିଯାଇଥିଲା । ଯାହାଫଳରେ ୧୦୦ରୁ ଅଧିକ ପରିବାର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏନ୍‌ସିଟିଇର ବିଏଡ୍ ଝଟକା: ୮ କଲେଜକୁ ମିଳିଲାନି ଅନୁମତି

ଭୁବନେଶ୍ବର : ବିଜ୍ଞପ୍ତିରେ କୁହାଗଲା ୨୮ ଶିକ୍ଷାନୁଷ୍ଠାନର ୨୬୫୦ ବିଏଡ୍‌ ଓ ବିଏଚ୍‌ଏଡ୍‌ ସିଟ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଲା। ୧ ଲକ୍ଷ ୩ ହଜାର ୬୮୪ ଛାତ୍ରଛାତ୍ରୀ ଆବେଦନ କଲେ ଏବଂ ପରୀକ୍ଷା ଦେଲେ ୯୦ ହଜାର। ଆଶା କରାଯାଉଥିଲା ଯେ ଏବର୍ଷ ୨୬୫୦ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ। ମାତ୍ର ସେଭଳି କିଛି ହେଲା ନାହିଁ। ଭିତ୍ତିଭୂମି ନ ଥିବାରୁ ନ୍ୟାସନାଲ କାଉନସିଲ୍‌ ଫର୍‌ ଟିଚର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୨୦୨ ନୂଆ କରୋନା ସଂକ୍ରମିତ: ୪୫ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ଅପରାଧ ରାଜ୍ୟ

ବ୍ୟାଗ୍‌ରୁ ମିଳିଲା ନବଜାତର ମୃତଦେହ, ମେଡିକାଲ ପରିସରରେ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ

ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍‌ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକେ ଏକ ବ୍ୟାଗ ଦେଖିଥିଲେ । ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ବ୍ୟାଗ ଭିତରେ ଏକ […]