ଦେଶ ବିଦେଶ ମନୋରଞ୍ଜନ

ଧମାଲ କଲା ଚିରଞ୍ଜୀବୀ-ସଲମାନଙ୍କ ‘ଥାର ମାର’, ୟୁଟ୍ୟୁବରେ ହେଲା ଟ୍ରେଣ୍ଡ

ମୁମ୍ଵାଇ ୨୪।୦୯: ମେଗାଷ୍ଟାର ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ଗଡ ଫାଦରର ପ୍ରଥମ ଗୀତ ‘ଥାର ମାର’ ରିଲିଜ୍‌ ହୋଇଛ। ଯାହା ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୧ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ମାସ ଡ୍ୟାନ୍ସ ନମ୍ବର ଯେଉଁଥିରେ ଚିରଞ୍ଜୀବୀ ଏବଂ ସଲମାନ ଖାନ ସେମାନଙ୍କର ଅନନ୍ୟ ଶୈଳୀ ଏବଂ କ୍ଲାସିକ୍‌ ଷ୍ଟେପ୍‌ ସହିତ ଡ୍ୟାନ୍ସ ଫ୍ଲୋରରେ ଧମାଲ୍‌ କରିଛନ୍ତି। ଏହା ବର୍ତ୍ତମାନ ୟୁଟ୍ୟୁବରେ ଟ୍ରେଣ୍ଡ ହେଉଛି । ‘ଗଡଫାଦର’, ଏବେକା ସମୟର ସବୁଠାରୁ ବଡ ଆକ୍ସନ୍ ଫିଲ୍ମ […]

ଦେଶ ବିଦେଶ ମନୋରଞ୍ଜନ

ଜାତୀୟ ଫିଲ୍ମ ଦିବସରେ ଇତିହାସ ରଚିଲା ‘ବ୍ରହ୍ମାସ୍ତ୍ର’ ! ଏତିକି କୋଟି କଲା କଲେକସନ୍‌

ମୁମ୍ଵାଇ ୨୪।୦୯: ୨୩ ସେପ୍ଟେମ୍ବର ଦିନ ଜାତୀୟ ସିନେମା ଦିବସ ପାଳନ କରାଯାଇଥିଲା। ଯେଉଁ କାରଣରୁ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୭୫ ଟଙ୍କା ରଖାଯାଇଥିଲା । ଏଭଳି ପରିସ୍ଥିତିରେ ରଣବୀର କପୁର, ଆଲିଆ ଭଟ୍ଟ, ଶାହରୁଖ ଖାନ, ମୌନି ରୟ, ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଅଭିନେତା ବ୍ରହ୍ମାସ୍ତ୍ର ତୃତୀୟ ଶୁକ୍ରବାର ଦିନ ପୁଣି ଥରେ ଧମାଲ କରିଛି। ଏହା ବର୍ତ୍ତମାନ ବହୁ ଆୟ କରିଛି। ଚଳଚ୍ଚିତ୍ର କଲେକସନ୍‌ରେ ଇତିହାସ ସୃଷ୍ଟି କରିଛି ବୋଲି […]

ଦେଶ ବିଦେଶ ମନୋରଞ୍ଜନ

ବେବି ସାୱରର ମଜା ଉଠାଇଲେ ବିପାଶା, ପିଙ୍କ୍ ଗାଉନ୍‌ରେ ଆସିଲେ ନଜର

ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ତାଙ୍କର ପ୍ରଥମ ଗର୍ଭଧାରଣ ପର୍ଯ୍ୟାୟକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ବିପାଶା ବସୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବେବି ସାୱାର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିପାଶା ବସୁ ତାଙ୍କ ବେବି ସାୱାର ସମାରୋହରେ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଫଟୋ ଦେଖିବା ପରେ […]

ଅପରାଧ ରାଜ୍ୟ

ରାଜ୍ୟରେ ଅବକାରୀ ଥାନାର ବିକଳ ଚିତ୍ର: ସରକାରଙ୍କ ଭଣ୍ଡାର ଭରୁଛନ୍ତି, ନିଜ ପାଇଁ ଖଣ୍ଡେ ଗାଡ଼ି ନାହିଁ

ଭୁବନେଶ୍ବର : ରାଜ୍ୟରେ ଏବେ ୧୯୨ଟି ଅବକାରୀ ଥାନା। ରାଜ୍ୟ ସରକାର ଆଉ ୯ଟି ଅବକାରୀ ଥାନା ପ୍ରତିଷ୍ଠା ପାଇଁ ଦୁଇ ଦିନ ତଳେ ମଞ୍ଜୁରି ଦେଇଛନ୍ତି। ଅବକାରୀ ଥାନା ସଂଖ୍ୟା ବଢ଼ି ୨୦୧ରେ ହେବ। କିନ୍ତୁ ଅବକାରୀ ବିଭାଗର ଯେଉଁ ବିକଳ ଚିତ୍ର ତାହା ଜଣେ ଗ୍ରାଉଣ୍ଡ ଜିରୋକୁ ନ ଗଲେ ବିଶ୍ବାସ କରିପାରିବ ନାହିଁ। ଥାନା ପାଖରେ ଖଣ୍ଡେ ଗାଡ଼ି (ଜିପ୍ ବା ଭ୍ୟାନ୍) ନାହିଁ; ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ; ଅଫିସ୍ କାମ […]

ଅପରାଧ ରାଜ୍ୟ

୩ଟି ଗୋରୁ ବୋଝେଇ କଣ୍ଟେନର୍‌ ଜବତ; ଉଦ୍ଧାର ହେଲେ ୩୦୦ ଗୋରୁ, ୧୨ଟି ଗାଡ଼ି ଫେରାର୍‌

ଜଳେଶ୍ୱର ୨୪/୦୯: ଓଡିଶାରୁ ପଶ୍ଚିମବଙ୍ଗକୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ପଶ୍ଚିମବଙ୍ଗ ପୋଲିସ ପଶ୍ଚିମବଙ୍ଗକୁ ପ୍ରବେଶ ଅନୁମତି ନଦେବାରୁ ଓଡିଶା ଫେରିବା ବେଳେ ୩ କଣ୍ଟେନରକୁ ଜଳେଶ୍ୱର ପୋଲିସ ଜବତ କରିଛି। ଜବତ ୩ଟି କଣ୍ଟେନରରୁ ୩୦୦ରୁ ଅଧିକ ଗୋରୁମାନଙ୍କୁ ଉଦ୍ଧାର କରାଯାଇଚଛି। ସୂଚନାଥାଉକି, ୬୦ନମ୍ୱର ଜାତୀୟ ରାଜପଥ ଦେଇ ସବୁବେଳେ ଶହଶହ ଗୋରୁଗାଡ଼ି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକ ଲଗାଇବା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଶେରଗଡ଼ ଏବଂ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଶାସକ୍ତ ଅବସ୍ଥାରେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରତ୍ନଗିରି : ବରୀ ଶିକ୍ଷାମଣ୍ତଳ ଅନ୍ତର୍ଗତ ରତ୍ନଗିରି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟରେ ମଦ୍ୟପାନ କରିବା ସହ ଶୋଇରହିଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଛାତ୍ରଛତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନଶିକ୍ଷକ ପ୍ରକାଶ ମଲିକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଥିଲେ। ପ୍ରଧାନଶିକ୍ଷକ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ। ବିଦ୍ୟାଳୟକୁ ମଦ୍ୟପାନ କରି ଆସୁଥିଲେ। ଏ ନେଇ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଭାବକ ଓ ଛାତ୍ରଛାତ୍ରୀ ଲିଖିତ […]

ଅପରାଧ ରାଜ୍ୟ

ବଜାରରେ ଆଉ ୪୫ ନକଲି ଔଷଧ

କଟକ : ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍‌, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି, ସେଭଳି ଔଷଧର ନକଲି ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି ଅସାଧୁ ବେପାରୀ। ଏହିଧରଣର ପାଖାପାଖି ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍‌ର ନକଲି ଔଷଧ ବଜାରକୁ ଛଡ଼ା ଯାଇଥିବା ସୂଚନା ମିଳିଛି। ଗଲା ୩/୪ ମାସ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଏତିକି କୋଟିରେ ଆପାର୍ଟମେଣ୍ଟ ବିକିଲେ ଆକ୍ସନ ଷ୍ଟାର, ଏହି ଗାୟକ କିଣିଲେ ଅକ୍କିଙ୍କ ଘର

ମୁମ୍ଵାଇ ୨୪।୦୯: ବଲିଉଡ ଖିଲାଡି କୁମାର ଅକ୍ଷୟ । ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଆଲୋଚନାରେ ରହିଛନ୍ତି। ନିକଟରେ, କିଛି ସେଲିବ୍ରେଟ୍ ଆପାର୍ଟମେଣ୍ଟ କିଣା ଏବଂ ବିକା କରୁଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଅକ୍ଷୟଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ୍‌ ହୋଇଛି । ଅକ୍ଷୟ ମଧ୍ୟ ମୁମ୍ବାଇର ଆନ୍ଧେରି ସ୍ଥିତ ପଶ୍ଚିମ ତାଙ୍କର ଗୋଟିଏ ସମ୍ପତ୍ତିକୁ ବିକ୍ରି କରିଛନ୍ତି। ଏହି ଆପାର୍ଟମେଣ୍ଟ ଅକ୍ଷୟଙ୍କଠାରୁ ଅରମାନ ଏବଂ ଅମାଲ ମଲିକଙ୍କ […]

ଅପରାଧ ରାଜ୍ୟ

ବଡ଼ନଦୀରେ ଭାସିଯାଇ ମହିଳା ମୃତ

ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬) ବଡ଼ନଦୀରେ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ଅମିଙ୍କ ପୁତୁରା ପ୍ରକାଶଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ କେସ ନଂ ୨୨/୨୨ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳ ୭ଟା ସମୟରେ ଅମି ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ […]

ଅପରାଧ ରାଜ୍ୟ

ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା, ଭଡାଘରୁ ମିଳିଲା ମୃତଦେହ

ଭୁବନେଶ୍ୱର ୨୪/୦୯: ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା । ଏହି ପରିପ୍ରେକ୍ଷୀରେ ପୁଣିଜମେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ସୂଚନା ଥାଉକି ୮ ବର୍ଷ ତଳେ ଖୋର୍ଦ୍ଧାର ରତୀକ ଦାଶ୍‌ଙ୍କୁ ବିବାହ ହିବାହ କରିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଘର ଢେଙ୍କାନାଳରେ । ତାଙ୍କର ସ୍ୱାମୀ ଓ ଦୁଇ ଛୁଆ […]