ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୦୨ ସଂକ୍ରମିତ ଚିହ୍ନଟ: ୧୮ରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ୱାର୍ଲଡ ହାର୍ଟ ଡେ’: ଜାଣନ୍ତୁ କିପରି ହୃଦଘାତରୁ ପାଇବେ ରକ୍ଷା, କେମିତି ରହିବେ ସୁସ୍ଥ

ଭୁବନେଶ୍ୱର ୨୯/୦୯ : ହୃଦୟ ହେଉଛି ମନୁଷ୍ୟ ଶରିରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ଏହାର ଯତ୍ନନେବା ଓ ଏହାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ। ବର୍ତ୍ତମାନ ଆମ ସମାଜରେ ଅର୍ଦ୍ଧାଧିକ ଲୋକ ହୃଦୟ ସହିତ ଯଡ଼ିତ ରୋଗରେ ଆକ୍ରାନ୍ତ। ପ୍ରାୟ ଲୋକ ଏବେ ହୃଦଘାତର ଶୀକାର ହେଉଛନ୍ତି । ଆଜି ହୃଦୟ ଦିବସ (ୱାର୍ଲଡ ହାର୍ଟ ଡେ) ଅବସରରେ ଆସନ୍ତୁ ଜାଣିବା କଣ କଲେ ହୃଦୟ ସୁସ୍ଥ ରହିବା ସହ ପ୍ରଥମଥର ଆକ୍ରାନ୍ତ ହୋଇଥିବା ହୃଦରୋଗୀମାନଙ୍କୁ […]

କଳା ଓ ସଂସ୍କୃତି ଧର୍ମ

ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା, ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା’

ବାଙ୍କୀ ୨୯/୦୯: ଆଜିଠାରୁ ଆରମ୍ଭହୋଇଛି ମାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ମା ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମା ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ । ଏହେଉଛି ମାଙ୍କର ବଡପୂଜା । ବିଶେଷକରି ଆଗାମୀ ମହାଅଷ୍ଟମୀଦିନ ମାଙ୍କପୀଠରେ ଦିବାରାତ୍ରୀ ପୂଜାପାଠ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯେଉଁ କାମ ପୂରା କରିବାକୁ ଭାବିବେ ସେଥିରେ ବାଧା ସୃଷ୍ଟି ହୋଇପାରେ। ଘରୋଇ ସାମଗ୍ରୀ କିଣିବା ଲାଗି ବଜାରକୁ ଯିବେ। ପୁରୁଣା ବନ୍ଧୁଙ୍କ ଘରକୁ ଯିବା ଲାଗି ଭାବିପାରନ୍ତି। ବୃଷ: ଭାବିଥିବା କାମ ବନ୍ଧୁ ସହାୟତାରେ ପୂରା ହେବ। ସଂପର୍କୀୟଙ୍କ ଠାରୁ ବହୁତ ଭଲ ଖବର ପାଇବେ। ଅଚାନକ ଧନଲାଭ ହେବ। ମିଥୁନ: ମନ ଶାନ୍ତ ରଖନ୍ତୁ, କାମ ସହଜରେ ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପ୍ରେମୀ ଯୁଗଳ […]

ଖେଳ ଦେଶ ବିଦେଶ ରାଜ୍ୟ

ନିଲାମ ହେବାକୁ ଯାଉଛି ପ୍ରମୋଦ ଭଗତଙ୍କ ବ୍ୟାଡମିଣ୍ଟନ ରାକେଟ, ଜାଣନ୍ତୁ କେତେ ରହିଛି ପ୍ରାରମ୍ଭିକ ମୂଲ୍ୟ

ଭୁବନେଶ୍ୱର: ନିଲାମ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ବ୍ୟାଡମିଣ୍ଟନରେ ଗୌରବ ଆଣିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କ ରାକେଟ | ଆଉ ଏହି ରାକେଟର ନିଲାମ ପରେ ମିଳିବାକୁ ଥିବା ଅର୍ଥ ‘ନମାମି ଗଙ୍ଗେ’ ଅଭିଯାନରେ ଖର୍ଚ୍ଚ କରାଯିବ | ଆଜିଠାରୁ ଅକ୍ଟୋବର ୭ ତାରିଖ ଯାଏଁ https://pmmementos.gov.in/ ରେ ଏହି ରାକେଟ ବିକ୍ରି ପାଇଁ ଉପଲବ୍ଧ ରହିବ | ଏହାର ବେସ ପ୍ରାଇସ ବା ପ୍ରାରମ୍ଭିକ ମୂଲ୍ୟ ୮୦ […]

କଳା ଓ ସଂସ୍କୃତି ଧର୍ମ

ନବରାତ୍ରିରେ କାହିଁକି ବୁଣାଯାଏ ଜବ: ଦେଇଥାଏ ଶୁଭ ଅଶୁଭ ସଂକେତ, ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର ୨୮/୦୯ : ନବରାତ୍ରିରେ ଜବ ଧାନ ବିନା ମା’ ଦୁର୍ଗାଙ୍କ ପୂଜା ଅଧୁରା ବୋଲି କୁହାଯାଏ। ଶାରଦୀୟ ନବରାତ୍ରି ହେଉ କି ଚୈତ୍ର ନବରାତ୍ରି, ସବୁ ନବରାତ୍ରିରେ ଜବ ଧାନର ମହତ୍ତ୍ୱ ଅନେକ। କଳସ କିମ୍ଭା ଘଟ ସ୍ଥାପନା ସହ ଜବ ରୁଆ ଯାଇଥାଏ। କାରଣ ଏହା ବିନା ମା’ ଦୁର୍ଗାଙ୍କ ପୂଜା ଅଧୁରା। କଳସ ସ୍ଥାପନା ସହ ମାଟି ପାତ୍ରରେ ଜବ ବୁଣାଯିବା ପରମ୍ପରା ବହୁତ ପୁରୁଣା। ଜବ ଶୁଭ ମୁହୂର୍ତ୍ତରେ ବୁଣାଯାଏ। ମା’ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଗାୟକ କେ.ଏଲ୍ ସେହଗଲଙ୍କ ସହ ଗୀତ ଗାଇବାକୁ ସ୍ୱପ୍ନ ଦେଖିଥିଲେ ଲତା, ଜନ୍ମ ଦିନରେ ପୂରଣ ହେଲା ଇଚ୍ଛା

ନୂଆଦିଲ୍ଲୀ ୨୮/୦୯: ସ୍ୱର ସାମ୍ରାଜ୍ଞୀ ‘ଭାରତ ରତ୍ନ ଗାୟିକା ଲତା ମଙ୍ଗେଶକରଙ୍କର ହିନ୍ଦୀ ସିନେମାରେ ଯେଉଁ ସ୍ଥାନ ରହିଛି, ସେଠାରେ ପହଞ୍ଚିବା ତ ଦୁରର କଥା ତାହାକୁ ଛୁଇଁବା ବି କାହା ପକ୍ଷରେ ସମ୍ଭବ ହୋଇନପାରେ। କିନ୍ତୁ ଲତା ନିଜେ ୩୦-୪୦ ଦଶକର ପ୍ରସିଦ୍ଧ ଗାୟକ କେ.ଏଲ୍ ସେହଗଲଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ଯାହାଙ୍କ ସହ ସେ ଗୀତ ଗାଇବାକୁ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଦୁଃଖର ବିଷୟ ଇଣ୍ଡଷ୍ଟ୍ରିରେ ସେ ଏଣ୍ଟ୍ରି କରିବା ବେଳକୁ ସହଗଲଏହି […]

ଦେଶ ବିଦେଶ ମନୋରଞ୍ଜନ

‘ମେରୀ ଆଓ୍ୱାଜ ହି ପେହଚାନ ହେ’: ଏହି ଆଇକନିକ ଗୀତ ପାଇଁ ବନିଯାଇଥିଲେ ଦେଶର ସ୍ୱର

ନୂଆଦିଲ୍ଲୀ ୨୮/୦୯: ଲତା ମଙ୍ଗେସକର । ନାଁ ହିଁ ଯଥେଷ୍ଟ । ଦରକାର ନଥାଏ କୌଣସି ପରିଚୟ । କଣ୍ଠରେ ବିଜେ କରନ୍ତି ସ୍ୱୟଂ ମାଆ ସରସ୍ୱତୀ । ଯେତେ ଆଧୁନିକ ହେଲେ ବି ଘରେ ଘରେ ଶୁଭିଥାଏ ତାଙ୍କ ସ୍ୱର । ସେ କୋଟି କୋଟି ଲୋକଙ୍କ ସ୍ୱର କୋକିଳ କଣ୍ଠୀ ଲତା ମଙ୍ଗେସକର । ୧୯୨୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଲତା । ଆଜି ସେ ୯୨ ବର୍ଷରେ ପାଦ ଥାପିଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ଧୀରେନ୍‌ଙ୍କ ପୁଲିସ ଅବତାର

ଜଣେ କୁଆଁରୀ ଝିଅର ମର୍ଡର ହୁଏ। ଝିଅଟିକୁ ହତ୍ୟା କରିଥିବା ଅପରାଧୀକୁ ଆଇଆଇସି ଧୀରେନ୍ ଏନକାଉଣ୍ଟର କରନ୍ତି। ଏହାପରେ ବି ଅଳ୍ପକେ ବର୍ତ୍ତିଯାଇଥିବା ଉକ୍ତ ଅପରାଧୀ ପୁଣି କୁଆଁରୀ ଝିଅମାନଙ୍କୁ ହତ୍ୟ କରିଚାଲେ। ଶେଷରେ ଜଣାପଡ଼େ କାହାଣୀର ନାୟକ ଆଇଆଇସି ଧୀରେନ୍ ହିଁ ସବୁ କୁଆଁରୀ ଝିଅମାନଙ୍କୁ ହତ୍ୟା କରୁଛନ୍ତି। ହେଲେ କାହିଁକି? ଏକ ରହସ୍ୟମୟ, ଥ୍ରିଲର୍ ଏବଂ ଆକ୍ସନ୍ ପୃଷ୍ଠଭୂମିର ଚଳଚ୍ଚିତ୍ର ‘ଆଇଆଇସି ଧୀରେନ୍’। ମା’ ଧନଲକ୍ଷ୍ମୀ ପ୍ରଡକ୍ସନ୍ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଇଆଇସି […]

ଦେଶ ବିଦେଶ ମନୋରଞ୍ଜନ

‘ଆଦିପୁରୁଷ’ ବନାମ ‘ରକ୍ଷାବନ୍ଧନ’

ଏବେଠାରୁ ତାରିଖ ନିର୍ଦ୍ଧାରିତ ହେଇସାରିଲାଣି। ଅବଶ୍ୟ ବଲିଉଡ୍‌ରେ ଏହା କିଛି ନୂଆ ଟ୍ରେଣ୍ଡ ନୁହେଁ। କୌଣସି ନୂଆ ସିନେମା ରିଲିଜ୍‌ କରିବାର ବହୁ ପୂର୍ବରୁ ଏଥିପାଇଁ ଶୃଙ୍ଖଳାଗତ ଭାବେ ଆବେଦନ କରିବାକୁ ହୁଏ। ସେହିକ୍ରମରେ ଆଗାମୀ ୨୦୨୨ ମସିହା ସ୍ବାଧୀନତା ଦିବସ ଅବସରରେ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’ ଦୁଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ ପାଇଁ ସ୍ବୀକୃତି ମିଳିଯାଇଛି। ‘ଆଦିପୁରୁଷ’ରେ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସ ମୁଖ୍ୟ ଚରିତ୍ରରେ ଥିବାବେଳେ ‘ରକ୍ଷାବନ୍ଧନ’ରେ ଅକ୍ଷୟ କୁମାର ନାୟକ ସାଜିଛନ୍ତି। ରାମାୟଣ କଥାବସ୍ତୁକୁ […]