କଳା ଓ ସଂସ୍କୃତି ରାଜ୍ୟ

ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ : ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମଦ୍ବାରରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ୭୫ ମିଟର ପରିଧିରେ ପଶ୍ଚିମଦ୍ବାର ସମ୍ମୁଖ ବିସ୍ତୃତ ଜାଗାକୁ ଆଜି ଖୋଳାଯାଇଛି। ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ କାମ ବି ଆରମ୍ଭ ହୋଇଛି। ଏହି ସ୍ଥାନର ଖନନ କାର୍ଯ୍ୟ ବି ଆରମ୍ଭ ହୋଇଛି। ଶନିବାର ଶ୍ରୀସେତୁ ବା ଟ୍ରମ୍ପେଟ୍‌ ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫-ଟି ସଚିବ ଭି […]

ରାଜ୍ୟ ସ୍ୱାସ୍ଥ୍ୟ

କୁହାକୁଣ୍ଡାରେ ଥମୁନି ଝାଡାବାନ୍ତି ଆତଙ୍କ : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ୪୦

ଝାରସୁଗୁଡା ୩୦।୧: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୁହାକୁଣ୍ଡାରେ ଝାଡାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗାଁରେ ଡାକ୍ତରୀ ଟିମ୍ ଓ ଚିକିତ୍ସା ଚାଲିବା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ପାର କରିସାରିଲାଣି । ଏଥିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨୨ ଜଣ ଲଖନପୁର ସିଏଚସିରେ ଭର୍ତ୍ତି ହୋଇଛନ୍ତି । ଗାଁରେ ୪ […]

ଖେଳ ଦେଶ ବିଦେଶ

ତ୍ରିନିଦାଦ୍‌ରେ ଆୟର୍ଲାଣ୍ଡ୍‌ ଓ ଜିମ୍ବାୱେ ମଧ୍ୟରେ ‘ଅଣ୍ଡର୍‌-୧୯’ ବିଶ୍ବକପ୍‌ ମ୍ୟାଚ୍‌ ବେଳେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଶନିବାର ଦିନ ତ୍ରିନିଦାଦ୍‌ର ପୋର୍ଟ ଅଫ୍‌ ସ୍ପେନ୍‌ରେ ଥିବା ‘କୁଇନ୍‌ସ୍‌ ପାର୍କ ଓଭାଲ୍‌’ରେ ଅନୁଷ୍ଠିତ ‘ଅଣ୍ଡର୍‌ ୧୯ ୱାର୍ଲଡ୍‌ କପ୍‌’ରେ ଆୟର୍ଲାଣ୍ଡ୍‌ ଏବଂ ଜିମ୍ବାୱେ ମଧ୍ୟରେ ‘ପ୍ଲେଟ୍‌’ ସେମି-ଫାଇନାଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ଧାରାବିବରଣୀ ପ୍ରଦାନକାରୀମାନେ ଘୋଷଣା କରିଥିଲେ। ଭୂମିକମ୍ପନର ଦୃଶ୍ୟ ମଧ୍ୟ ଟେଲିଭିଜନ୍ କ୍ୟାମେରାରେ ଉତ୍ତୋଳିତ ହୋଇଛି। ଖେଳାଳିମାନେ ଖେଳରେ ମାତିଥିବା ବେଳେ ‘କମେଣ୍ଟେରି ବକ୍ସ୍‌’ ଦୋହଲିବାରୁ ଧାରାବିବରଣୀ ପ୍ରଦାନକାରୀମାନେ ଭୂକମ୍ପନ ଅନୁଭବ କରିଥିବା କହିଥିଲେ। ପ୍ରାପ୍ତ ସୂଚନା […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ କାଜୋଲ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ ୩୦।୦୧ : ବର୍ତ୍ତମାନ ସାରା ଦେଶରେ କରୋନାର ତାର କାୟା ବିସ୍ତାର କରି ଚାଲିଛି । ଅନେକ ଦେଶରେ ଲକ୍‌ ଡାନ୍‌ ହୋଇଛି । ଏହାରି ମଧ୍ୟରେ ପୁଣି ଥରେ ବଲିଉଡ୍‌ରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଲାଣି । ଏହାରି ଭିତରେ ଅନେକ ବଲିଉଡ ଏବଂ ଟିଭି କଳାକାରମାନେ ସଂକ୍ରମିତ ହେବା ହୋଇଛନ୍ତି । ଏବେ ଅଭିନେତ୍ରୀ କାଜୋଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଏକ ପୋଷ୍ଟ ସେୟାର କରି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଏଣିକି ଶିକ୍ଷକମାନେ ମଦୁଆ ଓ ମଦ ବେପାରୀଙ୍କ ଉପରେ ନଜର ରଖିବେ, କେବଳ ପାଠ ପଢ଼ାଇଲେ ଚଳିବ ନାହିଁ

ନୂଆଦିଲ୍ଲୀ: ମଦକୁ ନେଇ ଅଧିକାଂଶ ରାଜ୍ୟରେ ଅନେକ ସମୟରେ ଅଲଗା ଅଲଗା ନିୟମ ପ୍ରଣୟନ କରାଯାଇଥାଏ । ତେବେ ଏନେଇ ବିହାର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଶିକ୍ଷକମାନେ ପାଠ ପଢ଼ାଇବା ସହିତ ଏଣିକି ଅବୈଧ ମଦ ବିକ୍ରିକୁ ରୋକିବା ଦିଗରେ କାର୍ଯ୍ୟ କରିବେ । ମଦ ତସ୍କରୀକୁ ଶିକ୍ଷକମାନେ ରୋକିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦାୟିତ୍ୱ ସେମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ମଦ ତସ୍କରୀକୁ ରୋକିବା ପାଇଁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୬୦୦ ରୋଲ୍ସ ରଏସ, ୩୦୦ ଫରାରୀ ଗାଡ଼ି; ସୁନା ଖଚିତ ରାଜମହଲ ଭଳି ଘରେ ଏଭଳି ଜୀବନ ବଞ୍ଚୁଛନ୍ତି ସୁଲତାନ ହସନଲ

ନୂଆଦିଲ୍ଲୀ: ଯଦିଓ ଏହି ପୃଥିବୀରେ ଅନେକ ଧନୀ ଲୋକ ଅଛନ୍ତି, କିନ୍ତୁ ବ୍ରୁନେଇ ଦେଶର ସୁଲତାନଙ୍କ କଥା କିଛି ଅଲଗା। ସେ ଯେଉଁଭଳି ଭାବେ ଜୀବନ ଅତିବାହିତ କରୁଛନ୍ତି, ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଲୋକଙ୍କ ପାଖରେ ଗୋଟେ କି ଦୁଇଟି ବିଳାସପୂର୍ଣ୍ଣ ଗାଡ଼ି ଥିବା ବେଳେ ତାଙ୍କ ପାଖରେ ରହିିଛି ୭୦୦୦ଟି ବିଳାସପୂର୍ଣ୍ଣ ଗାଡ଼ି। ଆଜ୍ଞା ହଁ, ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ଏଠାରେ ଆମେ ବ୍ରୁନେଇର ସୁଲତାନ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠପଢ଼ାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଚାରବିମର୍ଶ ହୋଇଛି। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଆୟୋଜିତ ହୋଇଥିଲା। ବୈଠକ ଶେଷ ହେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବିକାଶ ମହାପାତ୍ର କହିଛନ୍ତି, ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ […]

ମନୋରଞ୍ଜନ ରାଜ୍ୟ

ଜୀ-ସାର୍ଥକର ମେଗା ରିୟାଲିଟି ଗେମ୍ ସୋ’ ‘ଦାଦାଗିରି’ ସେଟ୍‌ରେ ଅଭିନେତ୍ରୀ ରଚନା ବାନାର୍ଜୀ

ଅଭିନେତା ଅନୁଭବଙ୍କ ‘ଦାଦାଗିରି’ ଧୀରେ ଧୀରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି। ପ୍ରଥମେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ ଖେଳିଲେ। ତା’ପରେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଝିଲି’ ଓ ‘ବିଜୟିନୀ’ର ମୁଖ୍ୟ କଳାକାର। ଆଉ ଏଥର ଓଡ଼ିଶାବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜୀ। ନିଜର ସୁପର୍‌ହିଟ୍ ଫିଲ୍ମ ଓ ଗୀତରେ ଓଡ଼ିଆ ଦର୍ଶକଙ୍କ ମନ ମୋହିଆସିଛନ୍ତି ରଚନା। ‘ରାଧା ନାଚିବ ନାଚିବ’ ସହ ଅନେକ ସୁପର୍‌ହିଟ୍ ଚଳଚ୍ଚିତ୍ର ଗୀତର ତାଳେ ତାଳେ […]

ଦେଶ ବିଦେଶ ମନୋରଞ୍ଜନ

ବିବାଦରେ ଗାୟକ କ୍ରିସ୍ ବ୍ରାଉନ୍, ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ, ୨୯/୦୧: ବିବାଦରେ ସିଙ୍ଗର ତଥା ପପ୍ ଗାୟକ କ୍ରିସ୍ ବ୍ରାଉନ । ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କ ବିରୋଧରେ ମାମଲା ଦାଖଲ ହୋଇଚି । ଯାହାରକୁ ନେଇ କ୍ରିସଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପୀଡିତା ମହିଳା କହିଛନ୍ତି ଯେ, କ୍ରିସ୍ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ । ପୀଡିତା ନେଆର୍ ଆଣ୍ଡ୍ ବି ଷ୍ଟାରଙ୍କୁ ୨୦ ମିଲିୟନ ଡଲାରର କ୍ଷତିପୂରଣ ଦାବି କରିଛନ୍ତି । ପୀଡିତା ମହିଳା ଜଣଙ୍କ ଜେନ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ୭୯% ମାମଲା ଓମିକ୍ରନଜନିତ

ନୂଆଦିଲ୍ଲୀ : ଦିଲ୍ଲୀରେ ଜାନୁଆରି ୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଯେଉଁ ସବୁ କୋଭିଡ୍‌ ନମୁନାଗୁଡ଼ିକର ଜିନୋମ ସିକ୍ବେନ୍ସିଂ ହୋଇଥିଲା ସେଥିରୁ ୭୯ ପ୍ରତିଶତ ମାମଲା ଓମିକ୍ରନ୍‌ଜନିତ ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ମାମଲା ଡିସେମ୍ବର ୫ ତାରିଖରେ ଚିହ୍ନଟ ହୋଇଥିଲା। ସେହିଦିନଠାରୁ ଦିଲ୍ଲୀରେ ଆଜି ପର୍ଯ୍ୟନ୍ତ ଚାଲିଥିବା ସଂକ୍ରମଣରେ ଓମିକ୍ରନ୍‌ ପ୍ରମୁଖ ପ୍ରଜାତି ରହିଆସିଛି। ଜାନୁଆରି ପ୍ରଥମ ସପ୍ତାହରେ ପରୀକ୍ଷା ହୋଇଥିବା ନମୁନାଗୁଡ଼ିକ ମଧ୍ୟରୁ ୬୫ ପ୍ରତିଶତ ଓମିକ୍ରନ […]