ଷଣ୍ଢ ସହ ବାଇକ୍ର ଧକ୍କା, ଦୁର୍ଘଟଣାରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ
ଆନନ୍ଦପୁର ୧୩।୦୮: ସଡ଼କ ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟମ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାମଚନ୍ଦ୍ର ବାଇକ ଯୋଗେ ନିଜ ଘର ହରିଚନ୍ଦପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିଲେ । ଠିକ ଏହି ସମୟରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । […]