ପୂଜା ଭୋଜି ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ, ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା
ନୀଳଗିରି ୦୨/୦୯: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ପୂଜା ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଗଣେଶ ପୂଜା ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କୁ ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଅଭିଭାବକ କହିବା ଅନୁସାରେ ଗଣେଶ ପୂଜାରେ ହୋଇଥିବା ଭୋଜିରେ ପୁରୀ ଓ ତରକାରୀ ଖାଇ ପିଲାମାନଙ୍କୁ ଜ୍ଵର, ବାନ୍ତି ହୋଇଥିଲା […]