ପ୍ୟାକ୍ସ ସାର ଉଠାଇଲେନି; ଚାଷୀଙ୍କୁ ଲୁଟୁଛନ୍ତି ଡିଲର୍, ବେପାରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍ ଚାଷ ଏବେ ଜୋର୍ ଧରିଛି। ଗତ ମାସରେ ହୋଇଥିବା ଲଘୁଚାପ ବର୍ଷା ପରେ ଚାଷ କାର୍ଯ୍ୟ ଆଗେଇଛି। କ୍ଷେତ୍ରରେ ଧାନଗଛ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏବେ ସାର ପ୍ରୟୋଗ କରିବାର ସମୟ ଆସିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ପରିମାଣ ସାର ମିଳୁ ନଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାର ବହୁ ସମବାୟ ସମିତି ସାର ଉଠାଇ ନାହାନ୍ତି। ଏଣୁ ଚାଷୀଙ୍କୁ ଡିଲର୍ ଓ […]