କଟକ ବଜାରରେ ପୁଣି ନକଲି ଔଷଧ!
କଟକ : କଟକ ବଜାରରେ ପୁଣି ନକଲି ଔଷଧ! ଏକ ଦାମୀ ବ୍ରାଣ୍ଡ୍ର ଔଷଧକୁ ନକଲ କରାଯାଇ ବଜାରକୁ ଛଡ଼ାଯାଇଛି। ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ, ଭୁବନେଶ୍ବରକୁ ଆସିଛି। କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ନକଲି ଔଷଧ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲ୍ମା-୪୦ ଓ ଟେଲ୍ମା- ଏଏମ୍ ଔଷଧର ନକଲି ବ୍ରାଣ୍ଡ୍ ବିକ୍ରି ହେଉଥିବା ଅଭିଯୋଗକୁ ଗତକାଲିଠାରୁ ବିଭିନ୍ନ […]