ଅବକାରୀ ବିଭାଗର ରେଡ୍ : ୨୮ କ୍ୱିଣ୍ଟାଲ୍ ଚୋରା ମହୁଲ ଜବତ, ଜଣେ ଗିରଫ
ଫୁଲବାଣୀ ୨୫।୦୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ିରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ପ୍ରାୟ ୨୮ କ୍ୱିଣ୍ଟାଲ୍ ଚୋରା ମହୁଲ ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଖବର ଅନୁଯାୟୀ, ବିଭିନ୍ନ ସୁତ୍ରରୁ ମିଳିଥିବା ଖବରକୁ ଆଧାର କରି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଥିଲେ । ଏଥିରେ ସ୍ଥାନୀୟ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା । ଚଢାଉରେ ଭ୍ରମରବାଡି ଗାଁର […]