ହରିଶ୍ଚନ୍ଦ୍ର ହରିଲୁଟ୍: ବଞ୍ଚିଥିବା ଲୋକଙ୍କୁ ବି ମାରିଦେଲେ!
କେନ୍ଦୁଝର : ହରିଶ୍ଚନ୍ଦ୍ର ଯୋଜନାରେ ମାତ୍ର ଦୁଇହଜାର ଟଙ୍କା ପାଇଁ ଜୀବିତ ମହିଳାଙ୍କୁ କାଗଜପତ୍ରରେ ମାରିଦେଇଛନ୍ତି। ତାଙ୍କ ନାମରେ ସହାୟତା ରାଶିକୁ ବି ଉଠାଇ ନେଇଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ୍ର ଏଭଳି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ସଢ଼ା ପଞ୍ଚାୟତ ମିଠିଗାଁର ଅକ୍ଷୟ ସାହୁଙ୍କ ପତ୍ନୀ ମାଳତୀ ସାହୁ ବଞ୍ଚିଛନ୍ତି। ୨୦୨୦ ଡିସେମ୍ବର ୭ରେ ମାଳତୀଙ୍କ ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇଛି। ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା […]

