ଯୋଜନା ପରେ ଯୋଜନା, ତଥାପି ହଟୁନି ଅନ୍ଧାର
ବାରିପଦା : ରାଜ୍ୟର ସର୍ବବୃହତ ଆଦିବାସୀବହୁଳ ଜିଲ୍ଲା ମୟୂରଭଞ୍ଜରେ ୧୩୧୨ ଗାଁ ଏବେ ବି ଅନ୍ଧାରରେ। ବିଦ୍ୟୁତ ସଂଯୋଗ ନଥିବାରୁ ଜିଲ୍ଲାର ୧୫ ହଜାର ୧୦୨ ପରିବାର ଟେଲିଭିଜନ୍ ଦେଖିବାରୁ ମଧ୍ୟ ବଞ୍ଚିତ। ଦେଶରେ ୫-ଜି ସେବା ଆରମ୍ଭ ହୋଇଗଲାଣି। ଲୋକେ ପ୍ରତି ସେକେଣ୍ଡରେ ଦେଶ,ବିଦେଶର ଖବର ଜାଣିପାରୁଛନ୍ତି। ହେଲେ ଏସବୁ ଗାଁରେ ଟିଭି ଓ ଇଣ୍ଟରନେଟ୍ ସେବା ଅପହଞ୍ଚ ହୋଇଥିବାରୁ ଦେଶ, ବିଦେଶ, ରାଜ୍ୟ କଥା ଦୂରେ ଥାଉ; ନିଜ ଜିଲ୍ଲାରେ ଘଟୁଥିବା ଖବର ସଂପର୍କରେ […]









