ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର, ପୁଣି ସକ୍ରିୟ ମାଓବାଦୀ !

ପଦ୍ମପୁର ୨୬।୧୧ : ଆଉ କିଛି ଦିନ ପରେ ପଦ୍ମପୁରରେ ଉପନିର୍ବାଚନ । ହେଲେ ଏହାପୂର୍ବରୁ ଲାଗିଛି ମାଓ ପୋଷ୍ଟର । ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ । ପଦ୍ମପୁରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଖବର ଅନୁଯାୟୀ, ପାଇକମାଲ ରାସ୍ତା ମାଗୁରମାଲ ଛକରେ ଥିବା ନିଶାନୀ ମନ୍ଦିର ପାଖରେ ଲାଗିଛି ମାଓ ପୋଷ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ମାଓବାଦୀ ନିଜର ସ୍ଥିତି ଜାହିର କରିବାକୁ […]

ଦେଶ ବିଦେଶ ରାଶିଫଳ

ନଭେମ୍ବର ୨୬ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କାଲି ଦିନଟି ସାମଗ୍ରିକ ଦୃଷ୍ଟି କୋଣରୁ ଭଲ ରେ କଟିବ। ଦୀର୍ଘ ଦିନରୁ ଜମାପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଗଠନମୂଳକ ପ୍ରେରଣା ଦେଇ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ […]

ରାଜ୍ୟ

ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର, ବସ୍‌ର କାଚ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ

ଆନନ୍ଦପୁର ୨୫/୧୧: ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ବାରିଗାଁ ନିକଟରେ ରାଉତ୍ ନାମକ ଘରୋଇ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ସାଇକେଲ ଆରୋହୀ ରାମଚନ୍ଦ୍ରପୁର ଥାନା ସିଆପଡା ଗାଁର ଧୁର୍ଯ୍ୟୋଧନ ନାୟକଙ୍କୁ ଅଗ୍ନିଶମ ବିଭାଗ ସହାୟତାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବସର ସାମ୍ନା କାଚ […]

ଅପରାଧ ରାଜ୍ୟ

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ଧର୍ମଗଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲବାହିନୀ l କଳାହାଣ୍ଡି ଜିଲ୍ଲା ସଦରଥାନା ଯୁଗଶାଇପାଟଣା ଅଞ୍ଚଳ ତଳପଞ୍ଚକୁଲ ଗାଁ ର ଜଣେ ବ୍ୟକ୍ତିକୁ ରାତି ଅଧରେ ଘରୁ ଡାକି ନେଇ ହତ୍ୟା କଲେ ଲାଲବାହିନୀ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି କମ୍ବିଂ ଜୋରଦାର କରିଥିବା ବେଳେ ପୋଲିସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ସୂଚନା ଦିଆଯାଇ ନାହିଁ l

ଅପରାଧ ରାଜ୍ୟ

ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା, ତଣ୍ଟି ଚିପି ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ

ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ, ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଥିଲେ ଯୁବତୀଙ୍କ ବିବାହିତ ପ୍ରେମିକ ଅରୁଣ କୁମାର ମହାନ୍ତ । ସୂଚନା ଅନୁଯାୟୀ, ବଡ଼ବିଲ ସାନ୍ତବାହାଳ ଅଞ୍ଚଳର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ ହଜାର କୋଟିର ଖାଦ୍ୟ ରିହାତି ଟଙ୍କା ଦେଉନି କେନ୍ଦ୍ର

ଭୁବନେଶ୍ବର: ନିଜ ସ୍ବାର୍ଥ ବେଳକୁ କୋଳାକୋଳି, ଲୋକଙ୍କ ବେଳକୁ ସାବତ ସନ୍ତାନ ଭଳି ଆଚରଣ। ଖାଦ୍ୟ ସବସିଡି ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଲ୍ ଟଙ୍କା ମଧ୍ୟ ଦେଉ ନାହିଁ କେନ୍ଦ୍ର ସରକାର। ଏହାକୁ ନେଇ ମେ’ ମାସରେ ତତ୍କାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ଲାଭ ହେଲା ନାହିଁ। ବରଂ ବର୍ତ୍ତମାନ ବକେୟା ଖାଦ୍ୟ ସବ୍‌ସିଡି […]

ଅପରାଧ ରାଜ୍ୟ

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଗରେ ଦୁଇ ସନ୍ତାନଙ୍କ ବୟାନ ପରେ ଅଭିଯୁକ୍ତ ମହିଳା ମଧ୍ୟ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ […]

ଅପରାଧ ରାଜ୍ୟ

ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ, ପୋଲିସ ହାତରେ ଲାଗିଲା ପ୍ରମାଣ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏନେଇ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ […]

ଅପରାଧ ରାଜ୍ୟ

ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା

ନିମାପଡା: ନିଜ ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ମାମଲା ରୁଜୁ। ଗୁରୁତର ଅବସ୍ଥାରେ ମେଡିକାଲରେ ଭିଣୋଇଙ୍କୁ ଭର୍ତ୍ତି କରାଯାଇଛି। ସ୍ତ୍ରୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଲେ ନିଜ ଶଳା ମାନେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ ହାଣିଥିବା ଶଳା ମାନେ ଫେରାର ଅଛନ୍ତି।

ଅପରାଧ ରାଜ୍ୟ

ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣା; ସରପଞ୍ଚଙ୍କ ସ୍ୱାମୀ ଓ ଦୁଇ ସହଯୋଗୀ ଗିରଫ

ଉମରକୋଟ: ଗତକାଲି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଶୁକ୍ରବାର ଗିରଫ କରିଛି ଝରିଗାଁ ପୋଲିସ। ବିଲ୍ କରାଇ ଦେବାକୁ ନେଇ ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ। ଘଟଣାର ତଦନ୍ତ କରି ଝରିଗାଁ ପୋଲିସ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଗିରଫ କରିଛି।