ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ବର୍ଷ ହେଲା ବନ୍ଦ ପଡ଼ିଛି ବ୍ରହ୍ମପୁର ପାୱାର୍‌ ଲୁମ୍

ବ୍ରହ୍ମପୁର, : ସରକାରୀ ନାମକରଣ ଅନୁଯାୟୀ ବ୍ରହ୍ମପୁର ସହର ମଧ୍ୟରେ ରହିଛି ଆଙ୍କୁଲି ଶିଳ୍ପାଞ୍ଚଳ। ସରକାରୀ ତଥ୍ୟ ଅନୁଯାୟୀ ଆଙ୍କୁଲି ଶିଳ୍ପାଞ୍ଚଳରେ ରହିଛି ମାଳମାଳ ଶିଳ୍ପ। ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଏଠାରେ ସ୍ଥାନ ନାହିଁ। କିନ୍ତୁ, ବାସ୍ତବତା ଭିନ୍ନ। ଏହି ଶିଳ୍ପାଞ୍ଚଳକୁ ଗଲେ, ଶିଳ୍ପ କମ୍‌ ବରଂ ଆବାସ ଓ ଦୋକାନ ଘର ଅଧିକ ଥିବା ଭଳି ଲାଗୁଛି। ଶିଳ୍ପାଞ୍ଚଳ ଭିତରେ ହାତଗଣତି କିଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାର୍ଯ୍ୟକ୍ଷମ ହେଉଥିବା ବେଳେ କୌଣସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ଏହି ଉପଲକ୍ଷେ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ସ୍ବତନ୍ତ୍ର ନୀତିକାନ୍ତିକୁ ଗୁରୁବାର ଦିନ ପରିଚାଳନା କମିଟି ଅନୁମୋଦନ କରିଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ଓ ଭୋର ୫ଟା […]

ଅପରାଧ ରାଜ୍ୟ

ଓକିଲ ଆନ୍ଦୋଳନରେ ଗିରଫଦାରି ଜାରି, ୩୨ ଜଣ ଜେଲ୍‌ଗଲେ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ରହିଛି। ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ପୂର୍ବରୁ ୧୫ ଜଣ ଆଇନ୍‌ଜୀବୀଙ୍କୁ ଗିରଫ କରା ଯାଇଥିଲାବେଳେ ଗୁରୁବାର ଆଉ ୧୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ୧୭ ଜଣଙ୍କ ମଧ୍ୟରେ ୮ ଜଣ ଆଇନ୍‌ଜୀବୀ, ୮ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସୂଚନା ଅଧିକାର ତଥ୍ୟ ପାଇଁ ଜମା କଲେ ୬୭ ହଜାର!

ନୀଳଗିରି: ସୂଚନା ଅଧିକାର ଆଇନରେ ତଥ୍ୟ ପାଇବା‌ ପାଇଁ ଜଣେ ପୂର୍ବତନ ବିଧାୟକ ପୈଠ କଲେ ୬୭ ହଜାର ୯୮୨ ଟଙ୍କା। ବିଶ୍ବାସ ହେଉ ନଥିଲେ ମଧ୍ୟ ଏହା ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ରେ। ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଫଳରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କିଛି ମାସ ପୂର୍ବରୁ ସୂଚନା ଅଧିକାର ଆଇନ ବଳରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

କଟକ : ଏଣିକି ଗୋଟିଏ ସଂସ୍ଥା ହାତରେ ରହିବ ହସ୍ପିଟାଲର ସବୁ ବ୍ୟବସ୍ଥା। ଅର୍ଥାତ୍‌ ହସ୍ପିଟାଲର ସୁରକ୍ଷାକର୍ମୀ, ବିଦ୍ୟୁତ୍‌କରଣ, ବ୍ୟାଟେରୀ ଆମ୍ବୁଲାନ୍ସ, ସଫେଇ ଇତ୍ୟାଦି କାର୍ଯ୍ୟ ଆଉ ଏକାଧିକ ସଂସ୍ଥାଙ୍କ ହାତରେ ନ ରହି ସବୁ କାମ ଗୋଟିଏ ସଂସ୍ଥା ହିଁ ତୁଲାଇବ। ଦୀର୍ଘଦିନ ହେଲା ଏହାରି ଉପରେ ତର୍ଜମା ଚାଲିଥିବା ବେଳେ ଜାନୁଆରି ୧୬ରୁ ଏହି ବ୍ୟବସ୍ଥା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ୍‌ ପ୍ରକଳ୍ପ ଭାବରେ ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭା ଆଲୋଚନାରେ ଚମକୁଛି ଓଡ଼ିଶା ପରିବା: ବଜାରକୁ କବ୍‌ଜା କରିଛି ରାୟପୁର, ନାସିକ, କୋଲକାତା

ଭୁବନେଶ୍ବର : ରାଜ୍ୟରେ ସର୍ବାଧିକ ୯୮ ଲକ୍ଷ ୫୫ ହଜାର ୭୭୦ ମେଟ୍ରିକ ଟନ ପରିବା ଉତ୍ପାଦନ କରାଯାଏ। ସେଥିମଧ୍ୟରୁ ସମଗ୍ର ଦେଶରେ ରାଜ୍ୟ କନ୍ଦମୂଳ ଉତ୍ପାଦନରେ ପ୍ରଥମ, ପାଳଛତୁରେ ତୃତୀୟ, ବାଇଗଣ, ବନ୍ଧାକୋବିରେ ଦ୍ବିତୀୟ, ଫୁଲକୋବିରେ ଷଷ୍ଠ, ଭେଣ୍ଡି, ଟମାଟୋରେ ପଞ୍ଚମ ଏବଂ ଲାଉରେ ଅଷ୍ଟମ ସ୍ଥାନରେ ରହିଥିବା ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। କିନ୍ତୁ ବାସ୍ତବତା ହେଲା କେବଳ ଖରା ଦିନରେ ନୁହେଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେପକାଇବାକୁ ରାଜଧାନୀରେ ମୁକ୍ତିକାନ୍ତ Latestରାଜ୍ୟ

ଭୁବନେଶ୍ବର : ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ବୁଧବାର ଦିନ ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍‌ କାନ୍ଧରେ ବୋହି ଆଣିଛନ୍ତି। ନଭେମ୍ବର ୧୬ରୁ ରାଉରକେଲାରୁ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ, ୯ବ‌ର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଦାଚାଷ ଆଦିବାସୀଙ୍କୁ ଦେଖାଇଛି ବଞ୍ଚିବାର ରାହା

ଫୁଲବାଣୀ : କେବଳ କନ୍ଧମାଳ ହଳଦୀ କାହିଁକି କନ୍ଧମାଳ ଅଦାର ଚାହିଦା ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ ପରେ କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍‌’ର ଚାହିଦା ଆକାଶଛୁଆଁ ରହିଛି। କନ୍ଧମାଳ ଜିଲ୍ଲାର ମାଳଭୂମି ଅଦା ଚାଷ ପାଇଁ ସବୁଠୁ ଉତ୍କୃଷ୍ଟ ହୋଇଥିବାରୁ ଏଠାକାର ଆଦିବାସୀ ପାରମ୍ପରିକ ପଦ୍ଧତିରେ ଜୈବିକ ପ୍ରଣାଳୀରେ ଅଦା ଚାଷ କରି ବେଶ ଲାଭବାନ ହୋଇପାରୁଛନ୍ତି। କନ୍ଧମାଳ ଜିଲ୍ଲାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେବ୍ରୁଆରି ୧୫ ସୁଦ୍ଧା ନୂତନ ଗ୍ରାମର ପ୍ରସ୍ତାବ ଦେବେ ଜିଲ୍ଲାପାଳ

ଭୁବନେଶ୍ବର : ରାଜସ୍ବ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ପଡ଼ା ଗ୍ରାମରେ ୨୫୦ରୁ କମ୍‌ ଲୋକ ଥିଲେ ରାଜସ୍ବ ଗ୍ରାମ ଓ ପଡ଼ା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବ। ସେହିପରି ପଡ଼ା ଗ୍ରାମଟି ରାଜସ୍ବ ଗ୍ରାମର ୫୦୦ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ପଡ଼ା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ ସେହି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ଜିଲ୍ଲାପାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନାଳ ଯୋଗୁ ବିଷ ହେଲା ପିଇବା ପାଣି: ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଲା

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଘରେଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି। ଦୁଇଦିନ ଧରି ସ୍ବାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରୁଛି। ଦୂଷିତ ପାଣି ଏହାର ମୂଳ କାରଣ ହୋଇଥିବାବେଳେ ପୌର ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ଏ ନେଇ କ’ଣ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ନାଳ ପାଣି ପାଇଁ ଆଜି ପାନୀୟ […]