ମାଟ୍ରିକ୍ ଏସ୍ଏ-୧ ପରୀକ୍ଷା ପରିଚାଳନା ଅବ୍ୟବସ୍ଥା: ଡ୍ୟୁଟି ଦେଲେ; ପାଉଣା ଦେଉନାହାନ୍ତି
କଟକ : ପରୀକ୍ଷା ହଲ୍ରେ ଗାର୍ଡଠାରୁ ଆରମ୍ଭ କରି କପି ରୋକିବା ସ୍କ୍ବାଡ୍ ପର୍ଯ୍ୟନ୍ତ ସବୁ ଦାୟିତ୍ବ ନିର୍ବାହ କଲେ। ପରୀକ୍ଷାର୍ଥୀ ଆସିବା ପୂର୍ବରୁ ପହଞ୍ଚି ଉତ୍ତରଖାତା ଯିବାପରେ ପରୀକ୍ଷା କେନ୍ଦ୍ର ଛାଡ଼ିଲେ। ପ୍ରଶ୍ନପତ୍ର ପହଞ୍ଚିବାଠୁ ଆରମ୍ଭ କରି ଉତ୍ତରଖାତା ପ୍ୟାକେଟ୍ ପର୍ଯ୍ୟନ୍ତ ସବୁ ଦାୟିତ୍ବ ଏମାନଙ୍କର ରହିଲା। କିନ୍ତୁ, ମାଟ୍ରିକ୍ ପରୀକ୍ଷା(ଏସ୍ଏ-୧) ସରିବା ସହିତ ଖାତା ମୂଲ୍ୟାୟନ ସରିଥିଲେ ବି ପରୀକ୍ଷା କେନ୍ଦ୍ରରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ପର୍ଯ୍ୟବେକ୍ଷକ (ଅବ୍ଜରଭର୍)ଙ୍କ ପାଉଣା ଦେବାକୁ […]









