ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଲେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କି
ୱାସିଂଟନ୍: ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି ହ୍ବାଇଟ୍ ହାଉସ୍ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟିଛନ୍ତି। ରୁଷ୍ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ସାକ୍ଷାତ୍ ସମୟରେ ଜୋ ବାଇଡେନ୍ କହିଲେ, ବିଶ୍ବାସ ହେଉନି, ଏଭଳି ପାଶବିକ ଯୁଦ୍ଧରେ ୩୦୦ ଦିନ ଅତିବାହିତ ହୋଇଗଲାଣି। ଗୋଟାଏ ରାଷ୍ଟ୍ର ଭଳି ତିଷ୍ଠି ରହିବା ପାଇଁ ୟୁକ୍ରେନ୍ର ଅଧିକାର ଉପରେ ପୁଟିନ୍ […]









