ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଲାଗୁ ହେଲା ମୋବାଇଲ୍‌ କଟକଣା

ପୁରୀ : ପୂର୍ବଘୋଷଣା ମତେ ଶ୍ରୀମନ୍ଦିରରେ ରବିବାରଠାରୁ ଶ୍ରୀମନ୍ଦିର ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ନେବା ଉପରେ କଟକଣା ଲାଗୁ କରାଯାଇଛି। ଯେଉଁ ସେବାୟତମାନେ ରବିବାର ଦିନ ଶ୍ରୀମନ୍ଦିରକୁ ଯାଇଛନ୍ତି, ସେମାନେ ପ୍ରବେଶ ପୂର୍ବରୁ ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ଖୋଲାଯାଇଥିବା ସ୍ବତନ୍ତ୍ର ମୋବାଇଲ୍‌ କେନ୍ଦ୍ରରେ ନିଜ‌ ମୋବାଇଲ୍‌ ଜମା ଦେଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହିଠାରେ ମୋବାଇଲ୍‌ ଜମା ରଖି ଶ୍ରୀମନ୍ଦିର ଯାଇ ପୂଜା, ନୀତିକାନ୍ତି କାମ ସାରି ପୁନର୍ବାର ଜମା କେନ୍ଦ୍ରରୁ ମୋବାଇଲ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେ ହେଉଛନ୍ତି, ବ୍ରହ୍ମପୁର ସହରର ସୁଧୀର ରାଉତ। ‘ସବୁଜ ମଣିଷ’ ଭାବେ ଜଣାଶୁଣା ଶ୍ରୀ ରାଉତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ […]

ଅପରାଧ ଦେଶ ବିଦେଶ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ

କିବ୍‌: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍‌କୁ ଟାର୍ଗେଟ୍‌ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏୟାର ରେଡ୍‌ ସାଇରନ ତୁହାକୁ ତୁହା ବାଜୁଥିବା ବେଳେ ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଛନ୍ତି। ୟୁକ୍ରେନ୍‌ର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ଅନେକ ରୁଷୀୟ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଥିଲେ ମଧ୍ୟ କ୍ଷେପଣାସ୍ତ୍ରର ଏକ ଲହରକୁ ରୋକିବା ସମ୍ଭବ ହେଉନାହିଁ । ଦୁଇଦିନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଟରନେଟ୍‌ରେ ଅଙ୍କୁଶ ରହୁ

@PoonamPanditIND ନାମ୍ନୀ ଜଣେ ଅଭିନେତ୍ରୀଙ୍କ ଏହି ଫଟୋଟିକୁ ପୋଷ୍ଟ କରି କ୍ବାମର ନାମକ ଜଣେ ମୁସଲମାନ ବ୍ୟକ୍ତି ‘ୟେ ପୁନମ ପଣ୍ଡିତ ‌ହୈ ନା?’ ବୋଲି ପ୍ରଶ୍ନ କରିବାରୁ ପୁନମ ଉତ୍ତରରେ ଲେଖିଛନ୍ତି, ‘ଆଜ୍ଞା ହଁ, ମୁଁ ହିଁ ଅଟେ, ଆପଣଙ୍କର କିଛି ଆପତ୍ତି?’ କିଛି ଲୋକ ପୁନମଙ୍କୁ ସମର୍ଥନ କରି ଲେଖିଲେ, କାହାର ଧର୍ମବିଶ୍ବାସ ଓ ଆସ୍ଥାକୁ ନେଇ ଅନ୍ୟମାନେ କିଛି କହିବା ଉଚିତ ନୁହେଁ। ବାସ୍ ତାପରେ ଆରମ୍ଭ ହୋଇଗଲା ତୁ-ତୁ-ମେ-ମେ, ଏପରିକି ଇଣ୍ଟରନେଟ୍‌ରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁନକଙ୍କ ସ୍ଥିତି ଭଲ ନାହିଁ!

ଯାହା ଜଣାପଡ଼ୁଛି, ଆଜି ଭୋଟ୍ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ(@RishiSunak)ଙ୍କ ସରକାର କ୍ଷମତାକୁ ଫେରିବା ଆଶା କ୍ଷୀଣ। ଟ୍ବିଟର୍‌ରେ ନୂଆବର୍ଷ ପାଇଁ ସୁନକଙ୍କ ଭିଡିଓ ବାର୍ତ୍ତାକୁ ନେଇ ଲୋକେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁନକ ଉକ୍ତ ବାର୍ତ୍ତାରେ କହିଛନ୍ତି, ‘‘୨୦୨୨ ବର୍ଷଟି ବହୁତ କଠିନ ଥିଲା। ମହାମାରୀ ବିପର୍ଯ୍ୟୟର ପ୍ରଭାବ ସାଙ୍ଗକୁ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପଛକୁ ଟାଣିନେଲା। ୨୦୨୩ ବର୍ଷଟି ଆହ୍ବାନଭରା ହେଲେ ମଧ୍ୟ ମୁଁ ଦେଶବାସୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କାହା ପାଇଁ କେମିତି ରହିବ ନୂଆବର୍ଷ

କଟକ: ନୂଆବର୍ଷ ୨୦୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରହିବ। ବିରୋଧୀମାନେ ବିବାଦ ମଧ୍ୟକୁ ଟାଣି ଅସୁବିଧାରେ ପକାଇବାକୁ ସଫଳ ହେବାର ଯୋଗ ଅଛି। ଦଳ ମଧ୍ୟରେ ସାମୟିକ ବିବାଦ, ମତପାର୍ଥକ୍ୟ ଦେଖାଦେବ। ନୂତନ ପଦକ୍ଷେପ ପାଇଁ ସରକାର ବିରୋଧୀ ଜନଆନ୍ଦୋଳନ ଲାଗି ରହିବ। ଚଳିତ ବ‌ର୍ଷ ମଧ୍ୟଭାଗରେ (ଏପ୍ରିଲ୍‌ ପରେ) ପଡୋଶୀ ରାଷ୍ଟ୍ର ସହ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବ ଯାହା ଅତ୍ୟଧିକ ଭାରାକ୍ରାନ୍ତ କରାଇବାର ସମ୍ଭାବନା ରହିଛି। ନୂଆ ଆଇନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆବର୍ଷରେ ଦିଲ୍ଲୀରେ ଭୂମିକମ୍ପ

ନୂଆଦିଲ୍ଲୀ : ଜିରୋ ନାଇଟ୍ ପାଳନରେ ଦେଶରେ ଲୋକମାନେ ବ୍ୟସ୍ତ ଥିବାବେଳେ ନୂଆବର୍ଷର ପ୍ରଥମ ଦିନରେ ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଶନିବାର ରାତି ପ୍ରାୟ ସାଢ଼େ ୧ଟା ୧୯ ମିନିଟ ସମୟରେ ଏହି ଭୂକମ୍ପ ହୋଇଛି। ରିଚର ସ୍କେଲରେ ୩.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଝର ଥିଲା। ଭୂପୃଷ୍ଠରୁ ୫ କିମି ତଳେ ଏହା ହୋଇଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌କୁ ଭୟ କରନି, ସତର୍କ ରୁହ

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକାଂଶ ଦିନ ଏକ ଅଙ୍କରେ ରହୁଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୧ ରହିଛି। ତେଣୁ କୋଭିଡକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ। ମାତ୍ର ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଡିଏମ୍‌ଇଟି ଡା. ସିବିକେ ମହାନ୍ତି। କୋଭିଡ ସଚେତନତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍‌ରେ ଡା. ମହାନ୍ତି କହିଛନ୍ତି ଯେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବତନ ପୋପ୍‌ ବେନେଡିକ୍ଟଙ୍କ ପରଲୋକ

ଭାଟିକାନ ସିଟି : ପୂର୍ବତନ ପୋପ୍‌ ବେନେଡିକ୍ଟ ଷୋଡ଼ଶଙ୍କର ଶନିବାର ଦିନ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ୨୦୦୫ରୁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଥିବା ବେନେଡିକ୍ଟ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନ ମୁଖପାତ୍ର ମାଟେଓ ବ୍ରୁନି ଆଜି ଏକ ବିବୃତି ଜାରି କରି ପୋପ୍‌ ଏମରେିଟସ ବେନେଡିକ୍ଟ ଷୋଡ଼ଶଙ୍କର ମୃତ୍ୟୁ ଖବର ଘୋଷଣା କରିଛନ୍ତି। ବେନେଡିକ୍ଟ ଗୁରୁତର ଅସୁସ୍ଥ ଥିବା ନେଇ ପୋପ୍‌ ଫ୍ରାନସିସ୍‌ ଡିସେମ୍ବର ୨୮ ତାରିଖରେ ଘୋଷଣା କରିଥିଲେ। ଏହାପରେ ଆଜି ତାଙ୍କର […]

ଅପରାଧ ଦେଶ ବିଦେଶ

ବସ ଡ୍ରାଇଭରଙ୍କୁ ହୃଦ୍‌ଘାତ, ଏସ୍‌ୟୁଭି ସହ ଧକ୍କା; ୯ ମୃତ, ୩୨ ଆହତ

ନୂଆଦିଲ୍ଲୀ : ଗୁଜରାଟର ନବସାରୀରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ‌ଭୋର୍‌ ପ୍ର‌ାୟ ୩.୨୦ ସମୟରେ ଭେସ୍‌ମା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସ୍‌ଟି ଭଲସାଦ ଅଭିମୁଖେ ଯାତ୍ରା କରୁଥିବା‌ ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏସ୍‌ୟୁଭି କାର୍‌ (ଟୟୋଟା ଫର୍ଚୁନର) ବସ୍‌ରେ ପିଟି ହୋଇଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ […]