ଭାଟିକାନ ସିଟି : ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କର ଶନିବାର ଦିନ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ୨୦୦୫ରୁ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଥିବା ବେନେଡିକ୍ଟ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନ ମୁଖପାତ୍ର ମାଟେଓ ବ୍ରୁନି ଆଜି ଏକ ବିବୃତି ଜାରି କରି ପୋପ୍ ଏମରେିଟସ ବେନେଡିକ୍ଟ ଷୋଡ଼ଶଙ୍କର ମୃତ୍ୟୁ ଖବର ଘୋଷଣା କରିଛନ୍ତି।
ବେନେଡିକ୍ଟ ଗୁରୁତର ଅସୁସ୍ଥ ଥିବା ନେଇ ପୋପ୍ ଫ୍ରାନସିସ୍ ଡିସେମ୍ବର ୨୮ ତାରିଖରେ ଘୋଷଣା କରିଥିଲେ। ଏହାପରେ ଆଜି ତାଙ୍କର ପରଲୋକ ଖବର ଆସିଛି। ପୂର୍ବତନ ପୋପ୍ ବେନେଡିକ୍ଟ ୬୦୦ ବର୍ଷରେ ପ୍ରଥମ ପୋପ୍ ଭାବେ ୨୦୧୩ରେ ଇସ୍ତଫା ଦେଇଥିଲେ। ଭାଟିକାନର ଏକ ମୋନାଷ୍ଟ୍ରିରେ ଆଜି ତାଙ୍କର ପରଲୋକ ଘଟିଥିଲା। ଶେଷ ଦର୍ଶନ ପାଇଁ ମର ଶରୀରକୁ ସେଣ୍ଟ୍ ପିଟର୍ସ ବାସିଲିକାରେ ଆସନ୍ତା ସୋମବାରଠାରୁ ରଖାଯିବ।