ମନୋରଞ୍ଜନ ରାଜ୍ୟ

ଆସୁଛି ଅନୁପମ୍‌ଙ୍କ ନୂଆ ସିନେମା, ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ ୧୭।୦୮: ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା । ଯାହାର ନାଁ ଏଯାଏଁ ଘୋଷଣା ହୋଇନି । କିନ୍ତୁ ଏତିକି ଜଣାପଡ଼ିଛି ଯେ, ସିନେମାଟିର କାହାଣୀ ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଉଦ୍ଧାର କରାଯାଇଛି । ଏହାର ରଚନା ରୋଶନ ବିଶୋଇ କରିଛନ୍ତି। ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଅନୁପମ ସମ୍ଭାଳିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି ଆଶିଷ ଓ ଅଙ୍କେଶ। […]

ଅପରାଧ ରାଜ୍ୟ

ପୁରୀରୁ ଫେରୁଥିଲେ ବନ୍ୟା ପାଣିରେ ଭାସିଗଲା କାର୍‌

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ନଈମୁହଁ ଗଡ଼ାରେ ଏକ ବଡ଼ଧରଣର ଅଘଟଣ ଟଳି ଯାଇଛି। ପୁରୀରୁ ଜଗନ୍ନାଥ ଦର୍ଶନ କରି ଫେରୁଥିବା ଏକ ପରିବାର ସୋମବାର ରାତିରେ ବନ୍ୟା ପାଣିରେ ଫସି ଯାଇଥିବାବେଳେ ସେମାନଙ୍କ କାର୍‌ ଭାସି ଯାଇଥିଲା। କାର୍‌ରେ ଥିବା ୪ ଜଣଙ୍କୁ ତିନି ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା କାର୍‌ର ଯାତ୍ରୀ ହେଲେ; ଅନୁଗୁଳ ତାମ୍ବେତ କଲୋନିର ହଳଧର ଦାସ (୫୦), ତାଙ୍କ […]

ଅପରାଧ ଦେଶ ବିଦେଶ

ବିହାର ଆଇନ ମନ୍ତ୍ରୀଙ୍କ ଉପରେ ଲାଗିଛି ଅପହରଣ ଦଫା, ଯେଉଁଦିନ ସରେଣ୍ତର କରିଥାନ୍ତେ ସେହିଦିନ ନେଲେ ଶପଥ

ପାଟନା ୧୭।୦୮: ମଙ୍ଗଳବାର ବିହାରରେ ନୀତିଶ କୁମାରଙ୍କ ସରକାରରେ କ୍ୟାବିନେଟ୍‌ ବିସ୍ତାର ହୋଇଛି । ଏଥିରେ ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଆରଜେଡିରୁ ୧୬ ଜଣ ବିଧାୟକ, ଜେଡିୟୁରୁ ୧୧, କଂଗ୍ରେସରୁ ଦୁଇ ଜଣ ଓ ଜଣେ ସ୍ୱାଧିନ ବିଧାୟକ ଅଛନ୍ତି । କିନ୍ତୁ ନୀତିଶ ସରକାରରେ ଶପଥ ନେଇଥିବା ଆଇନ୍‌ ମନ୍ତ୍ରୀଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ଆର୍‌ଜେଡି ବିଧାୟକ କାର୍ତ୍ତିକେୟ ସିଂ ବିହାରର ଆଇନ୍‌ ମନ୍ତ୍ରୀ […]

ଅପରାଧ ରାଜ୍ୟ

୨୮ ଟନ୍‌ କୋକ୍‌ ବୋଝେଇ ଟ୍ରକ୍ ଜବତ, ଚାଳକ ଗିରଫ

ଭୁବନେଶ୍ବର: ରାଜ୍ୟରେ ଚୋରାରେ କୋକ୍ କାରବାର ଚଳାଉଥିବା ଏକ ଗ୍ୟାଙ୍ଗ୍‌କୁ ଧରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ୨୮ ଟନ୍‌ କୋକ୍(ଅଷ୍ଟ୍ରେଲିଆରୁ ଆମଦାନି) ବୋଝେଇ ଟ୍ରକ୍‌କୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ଏସ୍‌ଟିଏଫ୍‌ ଟିମ୍‌କୁ ଚକ୍‌ମା ଦେଇ ମାଫିଆମାନେ ବଲେରୋ ଛାଡ଼ି ପଳାଇଛନ୍ତି। ଗିରଫ ହୋଇଥିବା ଟ୍ରକ୍‌ ଚାଳକ ଭଦ୍ରକ ବାଂଶଡ଼ାର ପର୍ଶୁରାମ ମହାଳିକଙ୍କ ସୂଚନା ଓ ବଲେରୋର ତଥ୍ୟ ଅନୁସାରେ ଫେରାର୍‌ ମାଫିଆମାନଙ୍କୁ ଠାବ କରିବାକୁ ଏସ୍‌ଟିଏଫ୍ ଉଦ୍ୟମ ଚଳାଇଛି। ଜବତ କୋକ୍‌ର ବଜାର ମୂଲ୍ୟ […]

ଅପରାଧ ରାଜ୍ୟ

ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ନିକଟରେ ପଡିଛି ବାଇକ୍

ନିମାପଡା ୧୭।୮: ରାସ୍ତା କଡ ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ ପଡିଛି ବାଇକ୍ । ବାଲିପାଟଣା ରାସ୍ତା ଡିହବାରି ବେଲଣା ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ରାସ୍ତା ଡିହବାରି ବେଲଣା ଛକ ନିକଟ ରାସ୍ତା କଡ ବୁଦା ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ ଏକ ବାଇକ୍ ପଡିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଯୁବକ […]

ଅପରାଧ ରାଜ୍ୟ

ମେଡିକାଲ କଲେଜ ପରିସରରେ ହତ୍ୟାକାଣ୍ଡ: ମା’ ସାମ୍ନାରେ ପୁଅକୁ ହତ୍ୟାକରି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗୀର: ମା’ ସାମ୍‌ନାରେ ତାଙ୍କ ୨୫ବର୍ଷୀୟ ପୁଅକୁ ହତ୍ୟା କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କ୍ୟାମ୍ପସ୍‌ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ଫେରାର୍‌ ହୋଇଯାଇଛି। ଅନ୍ୟପଟେ, ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ, ବଲାଙ୍ଗୀର ସୁଦପଡ଼ାର ଅଜୁ ଦୋରା। ସବୁଦିନ ଭଳି ଆଜି ସକାଳ ୫.୧୫ମି.ରେ ମା’ ଜୟନ୍ତୀଙ୍କ ସହିତ ଏକ ସ୍କୁଟିରେ ହସ୍ପିଟାଲ ପରିସରରେ ଇଡ୍‌ଲି ବିକ୍ରି କରିବା ପାଇଁ ଆସୁଥିଲେ ଅଜୁ। କିନ୍ତୁ, ଆଜି […]

ଅପରାଧ ରାଜ୍ୟ

ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ

ଆଠମଲ୍ଲିକ ୧୭।୮: ଟ୍ରକ୍ ଧକ୍କାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବି ନେଇ ଆଠମଲ୍ଲିକ ଥାନାରେ ଜଣାଇଲେ ପରିବାର ଲୋକ । ଆଠମଲ୍ଲିକ ଏନଏସି ୧୧ ନମ୍ବର ୱାର୍ଡ ବାସିନ୍ଦା ରବି ମହାକୁଡ଼ ମାଧପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଶ୍ରମିକ ହିସାବରେ କାମ କରୁଥିଲେ । ସେ ବ୍ୟବସାୟୀଙ୍କ ଟ୍ରକ୍‌ରେ ଧାନ ଆଣିବା ପାଇଁ ଦୁଢୁମ ଗ୍ରାମକୁ ଯାଇଥିଲେ । ଗ୍ରାମରେ ଛିଡା ହୋଇଥିବା ସମୟରେ ସେ ଯାଇଥିବା ଟ୍ରକ୍‌ଟି ପଛକୁ ବ୍ୟାକ୍ କରୁଥିବା ସମୟରେ […]

ଅପରାଧ ରାଜ୍ୟ

ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା ୧୭/୦୮: ଅଭିଯୁକ୍ତକୁ ଗିରଫ ଦାବିକରି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଦିବାସୀ ମାଶା ଆର୍ମି ସମେତ ବିଭିନ୍ନ ଆଦିବାସୀ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି । କୁଳିଅଣା ଥାନା ରୀତୟନି ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରକୁ ପ୍ରିନସିପାଲଙ୍କ ସାନ ଭାଇ ମାଡ଼ ମାରୁଥିବା ଭିଡିଓ ଭାଇରଲ ହୋଇଥିଲା । ଅଭିଯୋଗ ଅନୁସାରେ ଆଇଟିଆଇ ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିଲା । […]

ଅପରାଧ ରାଜ୍ୟ

ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର

ଜଳେଶ୍ୱର ୧୭/୦୮: ରାସ୍ତା କଡରେ ଛିଡା ହୋଇ ଚକ ବଦଳ କରୁଥିବା ଏକ ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ । ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ । ଏହାସହ ୪ରୁ ଅଧିକ ଗୁରୁତର । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଂଚଳରୁ ତୀର୍ଥଯାତ୍ରୀ ବସ ଯାତ୍ରୀ ନେଇ ପୁରୀ ଆସୁଥିଲା । ଏହି ସମୟରେ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନ ଜାତୀୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ନାମଲେଖା: ଆଜି ପ୍ରଥମ ମେଧା ତାଲିକା

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ(ଯୁକ୍ତ୨ ପ୍ରଥମ ବର୍ଷ) ଶ୍ରେଣୀରେ ନାମଲେଖା ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ କେଉଁ କଲେଜରେ ପଢ଼ିବା ଲାଗି ଯୋଗ୍ୟତା‌ ଅର୍ଜନ କରିଛନ୍ତି ସେସମ୍ପର୍କରେ ଜାଣିପାରିବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଚଳିତବର୍ଷ […]