ଶ୍ରୀଲଙ୍କାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ; ପୁଅର ଶବ ଆଣିବାକୁ ସରକାରଙ୍କୁ ଗୁହାରି କଲେ ପରିବାର
ମହାକାଳପଡ଼ା ୧୬/୦୯ : ଶ୍ରୀଲଙ୍କାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଶ୍ରମିକଙ୍କ ପରିଚୟ କମଳା ସ୍ବାଇଁ। ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ କୁମାରପଡା ଗାଁର ବାସିନ୍ଦା। ଦୁଇ ବର୍ଷ ତଳେ ବନ୍ଧପଡା ଗାଁର ନଳିନୀକା ସାମଲଙ୍କ ସାଙ୍ଗରେ କମଳା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଆସନ୍ତା ୨୫ ତାରିଖରେ କମଳା ଘରକୁ ଆସିବାର ଥିଲା। କିନ୍ତୁ ଘରକୁ ପୁଅ ଆସିବା ବଦଳରେ ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା। […]