ଦେଶ ବିଦେଶ ଧର୍ମ ରାଜ୍ୟ

ଶାରଦୀୟ ନବରାତ୍ରିର ପଞ୍ଚମ ଦିନ, ମା’ ସ୍କନ୍ଦମାତାଙ୍କ ଉପାସନା କରୁଛନ୍ତି ଭକ୍ତ

ନୂଆଦିଲ୍ଲୀ ୩୦/୦୯: ନବରାତ୍ରିର ୫ମ ଦିନ ସ୍କନ୍ଦମାତାଙ୍କର ଉପାସନା କରାଯାଏ । ମାତା ପରମ ସୁଖଦାୟୀ । ମୋକ୍ଷର ଦ୍ୱାର ଉନ୍ମୁକ୍ତକାରିଣୀ । ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି । ଭଗବାନ ସ୍କନ୍ଦ କୁମାର କାର୍ତ୍ତିକେୟ ନାମରେ ଖ୍ୟାତ । ତାଙ୍କ ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ସ୍ୱରୂପ ସ୍କନ୍ଦମାତା ନାମରେ ଖ୍ୟାତ । ମା’ ଚତୁର୍ଭୁଜା । ଉଦ୍ଧ୍ୱର୍ମୁଖା ହୋଇଥିବା ଦକ୍ଷିଣ ନିମ୍ନ ହସ୍ତରେ ମା’ କମଳ ପୁଷ୍ପ ଧାରଣ କରିଛନ୍ତି । […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଞ୍ଜନଗର ୩୦/୦୯: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବିଷ୍ଣୁ ଚରଣ ସାହୁ । ଗଞ୍ଜାମର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ଅନୁମତି କ୍ରମେ ଚଢାଉ ହୋଇଛି । ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, […]

ଅପରାଧ ରାଜ୍ୟ

ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର ୩୦/୦୯: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷାଙ୍କୁ ବଳାତ୍କାର କରିବା ସହ ଧମକଚମକ ଦେବା ଅଭିଯୋଗରେ ଭରତପୁର ଥାନା ପୋଲିସ ୨୧ ବର୍ଷୀୟ ଟୁଙ୍ଗୁରୁ ଓରଫ ଆଲୋକ ଭୋଳକୁ ଗିରଫ କରିଛି । ଟୁଙ୍ଗୁରୁ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ । ସେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । ପୋଲିସ ସୂଚନା ଅନୁଯାୟୀ, ଟୁଙ୍ଗୁରୁ ଜଣେ ଅଟୋ ଚାଳକ । ତାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଅଜୟ ଦେବଗନ୍‌ ସେୟାର କଲେ ଦୃଶ୍ୟମ-୨ର ଟିଜର, ଏହି ଦିନ ହେବ ରିଲିଜ୍‌

ମୁମ୍ଵାଇ ୨୯।୦୯: ଅଭିନେତା ଅଜୟ ଦେବଗନ୍, ଶ୍ରୀୟା ସରଣ ଏବଂ ତବୁଙ୍କ ଫିଲ୍ମ ଦୃଶ୍ୟମ ଦର୍ଶକଙ୍କୁ ଖୁବ୍‌ ଭଲ ପାଇବା ଦେଇଥିଲା। ଚଳଚ୍ଚିତ୍ରର ପ୍ରଥମ ଭାଗର ସଫଳତା ପରଠାରୁ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିଲେ । କିଛି ସମୟ ପୂର୍ବରୁ ଚଳଚ୍ଚିତ୍ରର ସାଉଥ ଭର୍ସନରେ ପାର୍ଟ-୨ ରିଲିଜ୍‌ ହୋଇଥିଲା । ଏହା ପରେ ପୁଣି ହିନ୍ଦୀ ଭର୍ସନର ଚାହିଦା ବଢିଗଲା। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଛି ଦୃଶ୍ୟମର ଟିଜର ରିଲିଜ୍‌ […]

ଅପରାଧ ରାଜ୍ୟ

ହୋଟେଲ୍‌ ରୁମ୍‌ରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ପୁରୀ ୨୯।୦୯ : ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ।‌ ହୋଟେଲ ରୁମ ନମ୍ବର ୧୧୧୧ ରେ ରାତିରେ ଚେକ୍ ଇନ୍ କରିଥିଲେ। ରାତିରେ କଲ ରିସିଭ ନ କରିବା ସହ କବାଟ ନ […]

ଅପରାଧ ରାଜ୍ୟ

ଏନ୍‌ସିବି ରିପୋର୍ଟ: ଓଡ଼ିଶାରେ ୨୦୨୧ରେ ୧୭୨ ଟନ୍‌ ଗଞ୍ଜେଇ ଜବତ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୧ ମସିହା ଡିସେମ୍ବର ସୁଦ୍ଧା ୧୭୧ ଟନ୍‌ ୭ କୁଇଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଜବତ ଘଟଣାରେ ଉକ୍ତ ବର୍ଷ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ଦ୍ବିତୀୟ ଥିଲା। ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶରେ ୨୦୦ ଟନ୍‌ ୫ କୁଇଣ୍ଟାଲ ୮୮ କେଜି ଉକ୍ତ ବର୍ଷ ଜବତ ହୋଇଛି। ନାର୍‌କୋଟିକ୍ସ କଣ୍ଟ୍ରୋଲ ବ୍ୟୁ‌ରୋ (ଏନ୍‌ସିବି) ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୧ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଓଡ଼ିଶାରେ […]

ଖେଳ ଦେଶ ବିଦେଶ

ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞ ବୋଲରଙ୍କ ଦବ୍‌ଦବା, ୪ ଓଭରରେ ଦେଲେ ମାତ୍ର ୮ ରନ୍‌

ଥିରୁଅନନ୍ତପୁରମ୍‌ ୨୯।୦୯ : ବୁଧବାରଠୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଦମ୍‌ଦାର ବିଜୟୀ ହୋଇଛି । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍‌କୁ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି ମେନ୍‌ ଇନ୍‌ ବ୍ଲ୍ୟୁ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି । ଖାସ୍‌ କରି ଅଭିଜ୍ଞ ବୋଲର ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ଥିଲା । ପ୍ରଥମ ଦିନିକିଆରେ ଟସ୍‌ ଜିତି ଭାରତୀୟ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଡୋନାଲ୍ଡ ଟ୍ରମ୍ଫଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ସଞ୍ଜୁ ବାବା, ଜାଣନ୍ତୁ କାହିଁକି…

ମୁମ୍ଵାଇ ୨୯।୦୯: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ନିଜର ସୁନ୍ଦର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟ ଜିତି ଥାଆନ୍ତି। ତାଙ୍କ ଭିଲେନ୍‌ ଭୂମିକା ପାଇଁ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟଙ୍କ ଜୀବନରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରଣବୀର କପୁର ମୁଖ୍ୟ ଭୂମିକାରେ ଥିଲେ। ହେଲେ ବର୍ତ୍ତମାନ ସଞ୍ଜୟ ଜଣଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି। ଏନେଇ ସେ ନିଜେ ଦି କପିଲ ଶର୍ମା ଶୋ’ରେ ଖୁଲାସା କରିଛନ୍ତି। ବାସ୍ତବରେ ସଞ୍ଜୟ ତାଙ୍କର ଏକ ଫିଲ୍ମର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ, ନିଜ ଦରମାରୁ ଅର୍ଥ ସଂଗ୍ରହ କରି ପାଳିଲେ ୨୬ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ମୋହନା ୨୯।୦୯ : ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ l ନିଜ ଦରମାରୁ କିଛି ଟଙ୍କା ସଂଗ୍ରହ କରି ପାଳିଲେ ୨୬ ଜଣ ଛାତ୍ରଛାତ୍ରୀଙ୍କ ଜନ୍ମଦିନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତର କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳର ପିଲାମାନେ ନିଜ ପରିବାରକୁ ଛାଡି ଆଶ୍ରମ ବିଦ୍ୟାଳୟରେ ପାଠପଢୁଥିବା ବେଳେ ପ୍ରଥମ ଥର ବିଦ୍ୟାଳୟରେ ସମୂହ ଜନ୍ମଦିନ […]

ଦେଶ ବିଦେଶ ମନୋରଞ୍ଜନ

ଆସନ୍ତାକାଲି ବକ୍ସଅଫିସ୍‌ରେ ଟକ୍କର ଦେବ ‘PS1’-‘ବିକ୍ରମ ବେଧା’, ଉଭୟ ଫିଲ୍ମ ଦେଖିବାକୁ ଅନୁରୋଧ କଲେ ନିର୍ମାତା

ମୁମ୍ଵାଇ ୨୯।୦୯: ଆସନ୍ତାକାଲି ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ ବକ୍ସ ଅଫିସ୍ ଟକ୍କର ଦେବାକୁ ଯାଉଛି। ଏହି ଦିନ ଦୁଇଟି ବଡ ଚଳଚ୍ଚିତ୍ର ଏକାଠି ପ୍ରେକ୍ଷାଳୟରେ ଧମାଲ କରିବ। ଏଥିପାଇଁ ପ୍ରଶଂସକମାନେ ଉତ୍ସାହିତ ସହ ସେମାନଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଅଛି । କେଉଁ ଫିଲ୍ମ କାହା ଉପରେ ଭାରୀ ପଡିବ ତାହା କେବଳ ସମୟ କହିବ। କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ […]