ଓଡ଼ିଶାରେ କଫ୍ ସିରପ୍ ତନାଘନା, ନମୁନା ସଂଗ୍ରହ ପାଇଁ ଡିଆଇଙ୍କୁ ନିର୍ଦ୍ଦେଶ
ଭୁବନେଶ୍ବର : ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ପକ୍ଷରୁ ଏହି ସିରପ୍ ନ ଖାଇବା ନେଇ ସତର୍କତା ଜାରି କରାଯିବା ପରେ ଭାରତ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଓଡ଼ିଶାରେ ମଧ୍ୟ ସଂପୃକ୍ତ କମ୍ପାନିର କଫ୍ ସିରପ୍ ବିକ୍ରି ହେଉଛି ନା ନାହିଁ ତାହାର ଯାଞ୍ଚ କରିବା ସହିତ ଯଦି […]