ନୂଆବର୍ଷରେ ୟୁକ୍ରେନ୍କୁ ଦୋହଲାଇଲେ ପୁଟିନ, ସବୁ ଅଞ୍ଚଳକୁ ଟାର୍ଗେଟ୍
ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆବର୍ଷ ବାର୍ତ୍ତା ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ପ୍ରମୁଖ ସହରମାନଙ୍କରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଶନିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆକ୍ରମଣ ଆଜି ବର୍ଷର ପ୍ରଥମ ଦିନରେ ବି ଜାରି ରହିଛି […]









