ବରଯାତ୍ରୀ ଭୋଜିରେ ବନ୍ଧୁକଧାରୀଙ୍କ ଆତଙ୍କ, ଜେଲ୍ ଗଲା କୁଖ୍ୟାତ ଚନ୍ଦନ
ବାଲିପାଟଣା: ଗତକାଲି ସ୍ଥାନୀୟ ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିର ପରିସରରେ ଚାଲିଥିବା ବିବାହ ଉତ୍ସବରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିବା କୁଖ୍ୟାତ୍ ଚନ୍ଦନ ଆଚାର୍ଯ୍ୟ ଓ ତା’ ସହଯୋଗୀ ସଞ୍ଜୟ ସାହୁକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଚନ୍ଦନର ଅନ୍ୟତମ ନାବାଳକ ସହଯୋଗୀ ଫେରାର୍ ହୋଇଯାଇଛି। ସୂଚନାଯୋଗ୍ୟ, ଗତକାଲି ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିରରେ ଏକ ବିବାହ ଉତ୍ସବ ଚାଲିଥିଲା। ପ୍ରଧାନପାଟଣା ଗାଁର ବର ଓ […]