ଅପରାଧ ରାଜ୍ୟ

ଜମା କରିଥିବା ଟଙ୍କା ଫେରି ପାଉନାହାନ୍ତି ଜମାକାରୀ, ସାହାରା ଇଣ୍ଡିଆ ଅଫିସରେ ପକାଇଲେ ତାଲା

କେନ୍ଦୁଝର, ୦୬/୦୬: କେନ୍ଦୁଝର ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଜମାକାରୀ । ବର୍ଷ ବର୍ଷ ଧରି ଏହି ସଂସ୍ଥାରେ ଜମା ରଖିଥିବା ଟଙ୍କାର ଉଠାଣ ତାରିଖ ହୋଇଥିଲେ ସୁଦ୍ଧା ପଇସା ଫେରାଉ ନାହିଁ ସଂସ୍ଥା । ପଇସା ଫେରି ନପାଇ ବାପା ମଲେ, ଭଉଣୀର ବାହାଘର ପାଇଁ ପଇସା ଦରକାର, ପୁଅର ପାଠ ପଢା ପାଇଁ ପଇସା ଦରକାର । ହେଲେ ସାହାରା ଇଣ୍ଡିଆ ସଂସ୍ଥାର ଅଧିକାରୀମାନେ କିଛି ଶୁଣୁନାହାନ୍ତି କି ପଇସା ମଧ୍ୟ […]

ଅପରାଧ ରାଜ୍ୟ

ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଘଟଣାରେ ଜଣେ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଚଣ୍ଡିଖୋଲ, ୦୬/୦୬: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁର ପଂଚାୟତର ସରପଞ୍ଚ ସେକ ଅବଦୁଲ ଗନୀ ଓ ପୂର୍ବତନ ସମିତିସଭ୍ୟ ବାଲିଚନ୍ଦ୍ରପୁରରୁ ଘରକୁ ଫେରୁଥିବା ସମୟରେ ନଳିପୁର ଗ୍ରାମର ସେକ ମେହେମୁଦ ଦୁହିଁଙ୍କୁ ଅପହରଣ କରିଥିଲେ । ଏକ ବନ୍ଦ କୋଠରୀରେ ରଖି ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସରପଞ୍ଚ ଓ ପୂର୍ବତନ ସମିତିସଭ୍ୟ ଘରକୁ ଫେରିବା ବିଳମ୍ବ ହେବାରୁ […]

ଖେଳ ଦେଶ ବିଦେଶ

‘ଦରକାର ବେଳେ ଆଉଟ ହୋଇଯାଆନ୍ତି’ : ବିରାଟ-ରୋହିତ-ରାହୁଲଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ ୦୬/୦୬: ଲଗାତର ଫେଲ୍ ମାରୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଆଇପିଏଲରେ ବି ଉଭୟ ବ୍ୟାଟର୍ ସ୍କୋର କରିବାକୁ ସଙ୍ଘର୍ଷ କରୁଥିଲେ । ବିରାଟଙ୍କ ବ୍ୟାଟରକୁ ଗତ ୨ ବର୍ଷ ହେଲା ଗୋଟିଏ ହେଲେ ଶତକ ବାହାରି ନାହିଁ । ରୋହିତ ବି ଆଖିଦୃଶିଆ ପାଳି ଖେଳିପାରୁ ନାହାଁନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ କ୍ରିକେଟର କପିଲ ଦେବ । ଏହାସହ ସେ ଉଭୟଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଛନ୍ତି […]

ଅପରାଧ ରାଜ୍ୟ

ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା

ସାଲେପୁର ୬।୬: କଟକ ଜିଲ୍ଲା ସାଲେପୁର ବ୍ଲକ୍ ପ୍ରଧାନପଡା ଗ୍ରାମରେ ଅଘଟଣ । ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ସେ ପ୍ରଧାନପଡାଠାରେ ବିଦ୍ୟୁତ ବିଭାଗରେ କାମ କରୁଥିଲେ । ତାଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ସେଫ୍ଟି ସରଞ୍ଜାମ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ବିଦ୍ୟୁତ କର୍ମଚାରୀ ଜଣଙ୍କ ହେଲେ ସାଲେପୁର ସତ୍ୟଭାମାପୁର ଗ୍ରାମର ବଳରାମ ଦାସଙ୍କ ପୁଅ ଜୟନ୍ତ ଦାସ । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡାରେ ୪ ଦିନରେ ଗଲାଣି ୨ ଜଣଙ୍କ ଜୀବନ, ଜଣେ ଗୁରୁତର

ତେଲକୋଇ ୬।୬: ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ । ଏହି ଅଞ୍ଚଳରେ ସାପ କାମୁଡାରେ ୪ ଦିନରେ ଦୁଇ ଜଣଙ୍କ ଜୀବନ ଗଲାଣି । ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଦୁଇ ଜଣଙ୍କୁ ଚିତି ସାପ କାମୁଡି ଦେଇଥିଲା । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କଟକ […]

ଅପରାଧ ରାଜ୍ୟ

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ

ଭଦ୍ରକ ୬।୬: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଦୁଇ ବ୍ରିଜ୍ ମଝିରେ ଡେଇଁ ପଡିଥିବା ବେଳେ ନଦୀ ପଠାରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଦେଖି ଉଦ୍ଧାର କରିଥିଲେ । […]

ଅପରାଧ ଦେଶ ବିଦେଶ

ଦ୍ରୁତଗାମୀ ଟ୍ରେନ୍ ରହଣୀ ସହ ଷ୍ଟେସନର ଉନ୍ନତିକରଣ ଦାବିରେ ରେଳରୋକ

ସୋର ୬।୬: ସୋର ରେଳ ଷ୍ଟେସନ ଲେବୁଲ କ୍ରସିଂଠାରେ ଅନିର୍ଦ୍ଧିଷ୍ଟକାଳ ପାଇଁ ରେଳରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ୍ ରହଣୀ, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳରୋକ କରାଯାଇଛି । ରେଳରୋକ ଯୋଗୁଁ ବ୍ୟାପକ ଆରପିଏଫ ଜିଆରପି ଫୋର୍ସ ମୁତୟନ କରାଯାଇଛି । ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବିକୁ ରେଳବାଇ ପ୍ରତ୍ୟାଖ୍ୟାନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା […]

ଅପରାଧ ରାଜ୍ୟ

ନିଶା ମାଫିଆଙ୍କଠୁ ପଇସା ଖାଉଛି ପୋଲିସ ! ପୁରୀ ଜିଲ୍ଲା ଅବକାରୀ ଇନସ୍‌ପେକ୍ଟର୍‌ଙ୍କ ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର/ପୁରୀ ୦୬।୦୬: ନିଶା ମାଫିଆଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଅବକାରୀ କମିସନର୍‌ଙ୍କୁ ଏଭଳି ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା। ଜୁନ୍‌ ୪ ତାରିଖରେ ସେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି । ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, […]

ଅପରାଧ ରାଜ୍ୟ

ଦୁଇ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ, ୩ ଗିରଫ

ଭୁବନେଶ୍ବର ୦୬।୦୬: ରାଜଧାନୀରେ ଥମୁନି ଧଳାଜହର କାରବାର । ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି ଅଞ୍ଚଳର ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର୍‌ ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭୁବନେଶ୍ୱର ଏମ୍‌ସ […]

ଦେଶ ବିଦେଶ ମନୋରଞ୍ଜନ

IIFA-2022 : ମୋତିର ଶାଢୀ ପିନ୍ଧି ଜଲୱା ଦେଖାଇଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ ୦୬।୦୬ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍ ଅନ୍ୟତମ । ଫ୍ୟାଶନ ହେଉ କିମ୍ବା ଫିଲ୍ମ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଜ୍ୟାକ୍‌ଲିନ୍‌ କିନ୍ତୁ ବର୍ତ୍ତମାନ ସେ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ଆଲୋଚନାରେ ଅଛନ୍ତି । ବଲିଉଡ୍‌ରେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏବେ ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଚ୍ଚା ସୁଦୀପ୍‌ଙ୍କ ସହ ଆଇଟମ୍‌ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହା ହିନ୍ଦିରେ ମଧ୍ୟ ରିଲିଜ୍‌ ହେବ । ହେଲେ ନିକଟରେ […]