ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୩୭୧୪ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୦୭/୦୬: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ଧକ୍କା : ବାଦ୍ ପଡିଲେ ଷ୍ଟାର୍ ଅଲରାଉଣ୍ଡର୍

ନୂଆଦିଲ୍ଲୀ, ୦୭/୦୬: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ବଡ ଝଟକା ଲାଗିଛି । କିଓ୍ୱି ଟିମର ଅଲରାଉଣ୍ଡର କୋଲିନ୍ ଡି ଗ୍ରାଣ୍ଡହୋମ୍ ଆହତ ହୋଇ ସିରିଜକୁ ବାଦ୍ ପଡିଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୫ ବର୍ଷୀୟ ଗ୍ରାଣ୍ଡହୋମ୍ ସିରିଜର ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ମାତ୍ର ୩.୫ ଓଭର ବୋଲିଂ କରିପାରିଥିଲେ । ମ୍ୟାଚ ପରେ ତାଙ୍କର ଗୋଇଠିକୁ ସ୍କାନ୍ କରାଯାଇଥିଲା […]

ଖେଳ ଦେଶ ବିଦେଶ

ଆଇପିଏଲ ଷ୍ଟାର୍ ରଣଜୀରେ ଫେଲ୍, କ୍ୱାର୍ଟର ଫାଇନାଲରେ ବିଫଳ ହେଲେ ପୃଥ୍ୱୀ-ମୟଙ୍କ-ଶୁଭମନ୍

ନୂଆଦିଲ୍ଲୀ, ୦୭/୦୬: ସରିଛି ଆଇପିଏଲ ୨୦୨୨ । ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି । ଏହାମଧ୍ୟରେ ରଣଜୀ କ୍ୱାର୍ଟର ଫାଇନାଲ ମୁକାବିଲା ଖେଳାଯାଉଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅନେକ ଷ୍ଟାର ବ୍ୟାଟର ରଣଜୀ ଖେଳୁଛନ୍ତି । ତେବେ ଅନେକ ବ୍ୟାଟର ଫେଲ୍ ମାରୁଥିବା ଦେଖିବାକୁ ମିଳିଛି । ପୃଥ୍ୱୀ ଶ, ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ ଗିଲଙ୍କ ସମେତ ଅନେକ ବ୍ୟାଟର ରଣଜୀ କ୍ୱାର୍ଟର ଫାଇନାଲରେ […]

ଖେଳ ଦେଶ ବିଦେଶ

ପାକ୍ କ୍ରିକେଟରଙ୍କ ସହ ଉମରାନଙ୍କୁ ତୁଳନା କଲେ ବ୍ରେଟ୍ ଲି, ଏମିତି ପ୍ରତିକ୍ରିୟା ଦେଲେ ଏସଆରଏଚ ଷ୍ଟାର୍ ବୋଲର

ନୂଆଦିଲ୍ଲୀ, ୦୭/୦୬: ସନରାଇଜର୍ସ ହାଇଦ୍ରାବାଦ ବୋଲର ଉମରାନ ମଲ୍ଲିକଙ୍କ ବୋଲିଂ ସମସ୍ତଙ୍କୁ ଆକୃଷ୍ଟ କରିଛି । ସେ ଆଇପିଏଲ-୨୦୨୨ରେ ଦମଦାର ବୋଲିଂ କରି ୧୪ ମ୍ୟାଚରୁ ୨୨ ଓ୍ୱିକେଟ୍ ନେଇଥିଲେ । ସେ ପୁରା ସିଜିନରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ବୋଲିଂ କରିଥିଲେ । ଉମରାନଙ୍କ ବୋଲିଂକୁ ଫ୍ୟାନଙ୍କ ସହ କ୍ରିକେଟ ବିଶେଷଜ୍ଞ ମଧ୍ୟ ପ୍ରଶଂସା କରୁଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ବୋଲର ବ୍ରେଟ୍ ଲି ଉମାରନଙ୍କୁ ପାକିସ୍ତାନ କ୍ରିକେଟର ଓ୍ୱକାର ୟୁନୁସଙ୍କ ସହ ତୁଳନା […]

ଅପରାଧ ଦେଶ ବିଦେଶ

ରୋଡ୍‌ ରେଜ୍‌ ମାମଲାରେ ସଜା କାଟୁଥିବା ନବଜୋତ ସିଂହ ସିଦ୍ଧୁ ଚଣ୍ଡୀଗଡ଼ ପିଜିଆଇ ଡାକ୍ତରଖାନାରେ ଭର୍ତ୍ତି

ଚଣ୍ଡୀଗଡ଼ ୦୬/୦୬ : ରୋଡ୍‌ ରେଜ୍‌ ମାମଲାରେ ପଟିଆଲା କେନ୍ଦ୍ରୀୟ କାରାଗାରରେ ବନ୍ଦିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କର ସୋମବାର ସ୍ୱାସ୍ଥ୍ୟାବସ୍ତା ବିଗିଡ଼ିବାରୁ ତାଙ୍କୁ ପିଜିଆଇଏମଇଆର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଲିଭର ସମସ୍ୟା ପାଇଁ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ ଇନିଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଏବେ ସିଦ୍ଧୁଙ୍କର ସ୍ୱାସ୍ଥ୍ୟର ପରୀକ୍ଷା ନିରିକ୍ଷା କରୁଛନ୍ତି। ଉଲ୍ଲେଖଯୋଗ୍ୟଯେ, ୧୯୮୮ ମସିହାର ରୋଡ ରେଜ୍‌ ମାମଲାରେ ଅଦାଲତ ସିଦ୍ଧୁଙ୍କୁ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟାଟୋକୁ ଡରୁଛି ଡ୍ରାଗନ୍‌; ନାବାଳିକାଙ୍କ ଟାଟୋ କରିବା ଉପରେ କଟକଣା ଲଗାଇଲା ଚୀନ୍‌

ବେଜିଙ୍ଗ ୦୬/୦୬ : ଚୀନ ସୋମବାର ନାବାଳିକା ମାନଙ୍କର ଟାଟୋ କରିବା ଉପରେ କଟକଣା ଲଗାଇଛି। ଚୀନ କହିଛିଯେ ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କର ଶରୀରରେ ଟାଟୋ କରିବା ସମାଜବାଦୀ ମୂଳ ମୂଲ୍ୟର ବିରୋଧ ଅଟେ। ଚୀନ ପରିବାର ଓ ବିଦ୍ୟାଳୟଗୁଡ଼ିକରେ ଏହି ପ୍ରଥାକୁ ନିରୁତ୍ସାହିତ କରିବା ପାଇଁ ଅନୁରୋଧ କରିଛି। ଚୀନର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ବେସାମରକିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ଏକ ବୟାନ୍‌ରେ କହିଛିଯେ ଯଦି କୌଣସି ଟାଟୋ […]

ଅପରାଧ ଦେଶ ବିଦେଶ

ବିବାହ ଭୋଜିକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍ : ପରିବାରର ୮ ମୃତ

ନୂଆଦିଲ୍ଲୀ, ୦୭/୦୬: ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ବାଡମେର ଜିଲ୍ଲାରେ । ଏକ ଏସୟୁଭି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ ।ଏହାସହ ଆଉ ୨ ଜଣ ଗୁରୁତର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁଏଇରେ ଧରାପଡିଲେ ଗୁପ୍ତା ବ୍ରଦର୍ସ, ଦକ୍ଷିଣ ଆଫ୍ରିକାରୁ ହୋଇଯାଇଥିଲେ ଫେରାର

ନୂଆଦିଲ୍ଲୀ, ୦୭/୦୬: ଦକ୍ଷିଣ ଆଫ୍ରିକାରୁ ଫେରାର ହୋଇଥିବା ଗୁପ୍ତା ବ୍ରଦର୍ସ ୟୁଏଇରୁ ଗିରଫ ହୋଇଛନ୍ତି । ଗୁପ୍ତା ଭ୍ରାତା ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କ ବିରୋଧରେ ଦକ୍ଷଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ କାଳରେ କୋଟି କୋଟି ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା । ଉଭୟଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଗିରଫ କରାଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୋମବାର ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି ଯେ, ୟୁଏଇର ପ୍ରବର୍ତ୍ତନ […]

ଅପରାଧ ରାଜ୍ୟ

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡି, ସମ୍ପର୍କୀୟ ଭାଇ-ଭଉଣୀଙ୍କ ମୃତ୍ୟୁ

ଯାଜପୁରରୋଡ୍ ୬।୬: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, କୁଆଖିଆ ଥାନା ପ୍ରଥମାଖଣ୍ଡି ପଂଚାୟତ ଦାମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା ଦୁହେଁ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଜାରକାରୁ ଘରକୁ ଫେରୁଥିବା ସମୟରେ ବାରବାଟୀ ଛକ […]

ଅପରାଧ ରାଜ୍ୟ

ସେବା ସମବାୟ ସମିତିକୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିବା ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ନିଶ୍ଚିନ୍ତକୋଇଲି ୬।୬: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଶୁକରପଡା ସେବା ସମବାୟ ସମିତିରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସେବା ସମବାୟ ସମିତିର ସଭାପତି ଓ ଉପସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା ପରେ ଗତ ୪ ତାରିଖରେ ପ୍ରାର୍ଥୀମାନଙ୍କଠାରୁ ସେବା ସମବାୟ ସମିତି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଗ୍ରହଣ କରୁଥିଲେ । ୩ ନମ୍ବର ଜୋନ୍ ର ସଭ୍ୟ ପ୍ରାର୍ଥୀ ନରେନ୍ଦ୍ର ମଲ୍ଲିକ ଓ ତାଙ୍କ ସାଥିରେ […]