ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ଗୋଟିଏ ବଜ୍ରକାପ୍ତା ଉଦ୍ଧାର, ବେପାରି ଗିରଫ

ଭୁବନେଶ୍ୱର ୦୮।୦୬: ଏସ୍‌ଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌ ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଜବତ ହୋଇଛି । ଖବର ଅନୁଯାୟୀ, ବଜ୍ରକାପ୍ତା ବିକ୍ରି ନେଇ ଡିଲ୍‌ ଚାଲିଥିଲା । ଏହାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ଏହି ଚଢାଉରେ ଗୋଟିଏ ଜୀବନ୍ତ ବଜ୍ରାକାପ୍ତା ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ହୋଇଥିବା ଅଭିଯୁକ୍ତ […]

ଅପରାଧ ରାଜ୍ୟ

ଥାନାକୁ ଡାକିଲେ, ଘଣ୍ଟା ଘଣ୍ଟା ବସାଇଲେ : ନ୍ୟାୟ ମାଗିବାରୁ ଦେଖାଇଲେ ନାଲିଆଖି, କହିଲେ-୩ ମାସ ଯାଏଁ ଠୁଙ୍କି ଦେବୁ

ଭଦ୍ରକ ୦୮।୦୬: ଥାନାକୁ ଡାକିଲେ, ନ୍ୟାୟ ଆଶାରେ ବି ଗଲୁ । ହେଲେ ନ୍ୟାୟ ବଦଳରେ ଘଣ୍ଟା ଘଣ୍ଟା ଥାନାରେ ବସିଲୁ । ପ୍ରତିବାଦ କହିବାରୁ ପୋଲିସର ନାଲିଆଖି । କହିଲେ ଯେମିତି ଆସିଥିଲୁ , ସେମିତି ଝିଅଙ୍କୁ ନେଇକି ଯାଅ । ନେହଲେ ୩ ମାସ ଯାଏଁ ଥାନାରେ ଠୁଙ୍କି ଦେବୁ ବୋଲି ପୋଲିସ କହିଥିବା ଅଭିଯୋଗ ଆସିଛି । ଯାହାକି ପୁରା ଅଞ୍ଚଳରେ ଏବେ ଚର୍ଚ୍ଚାରେ ବିଷୟ । ଭଦ୍ରକ ଜିଲ୍ଲା ଧାମନଗର ଥାନା […]

ଅପରାଧ ରାଜ୍ୟ

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାପା ଓ ପୁଅ ମୃତ

ଖୋର୍ଦ୍ଧା ୮।୬: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚକାପଦାଠାରେ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ବାପା ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ଯ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାଠାରେ ସାମ୍ନା ପଟୁ ଦ୍ରୁତ ଗତିରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ

ନୂଆଦିଲ୍ଲୀ ୦୮/୦୬; ମାରାତ୍ମକ ରୋଗ କ୍ୟାନସର। ଏହାର ଚିକିତ୍ସା ପଦ୍ଧତି ଜଟିଳ। ଅଧିକାଂଶ ସମୟରେ ଚିକିତ୍ସା ସତ୍ତେ ବି ଏହି ରୋଗରୁ ମୁକ୍ତି ପାଇବା କଷ୍ଟକର ହୋଇପଡେ। ହେଲେ ଏବେ ଔଷଧ ଦ୍ବାରା ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା। ନ୍ୟୁୟର୍କରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଏଭଳି ଖବର ଆସିଛି । ଏହି ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ସମସ୍ତ ୧୮ଜଣ କ୍ୟାନସରରୁ ମୁକ୍ତି ପାଇଥିବା କୁହାଯାଉଛି । […]

ଅପରାଧ ଦେଶ ବିଦେଶ

ବିହାରରେ ନିର୍ଭୟା କାଣ୍ଡର ପୁନରାବୃତ୍ତି, ବସ୍‌ରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ

ଚମ୍ପାରଣ ୮।୬: ବିହାର ପଶ୍ଚିମ ଚମ୍ପାରଣରେ ଦେଖିବାକୁ ମିଳିଛି ଦିଲ୍ଲୀ ନିର୍ଭୟା କାଣ୍ଡ । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ବସ୍‌ରେ ନାବାଳିକାଙ୍କୁ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍‌କୁ ବାଇପାସ୍ ରୋଡ୍ ନେଇଯାଇଥିଲା । ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ମର୍ଡରରେ ରୋମାନ୍ସ କରିଥିଲେ ମଲ୍ଲିକା-ଇମ୍ରାନ୍, କିନ୍ତୁ ଏବେ ଦୁହେଁ ଦୁହିଁଙ୍କ ଉପରେ ଖପ୍ପା

ମୁମ୍ବାଇ ୦୮।୦୬ : ଇମ୍ରାନ୍ ହାଶମୀ ଏବଂ ମଲ୍ଲିକା ଶେରାୱତ୍‌ଙ୍କ ବିଷୟରେ କହିଲେ ଫିଲ୍ମ ମର୍ଡରକୁ ମନେ ପକାଇବା । ଯାହା ସ୍ମୃତି ଗୁଡିକ ତାଜା ହୋଇଯାଏ। ଏହା ଏଭଳି ଏକ ଫିଲ୍ମ ଯାହାକୁ ବର୍ଷ ବର୍ଷ ଧରି ଆଲୋଚନା କରାଯାଇଥିଲା । ବୋଧହୁଏ ମର୍ଡର ନିଶ୍ଚିତ ଭାବରେ ପ୍ରଥମ ଫିଲ୍ମ ଯେଉଁଥିରେ ଅନ୍ତରଙ୍ଗ ଦୃଶ୍ୟ ଏତେ ଖୋଲାଖୋଲି ଭାବରେ ଦେଖାଯାଇଥିଲା । ଲୋକମାନଙ୍କୁ ବି ଏହି ଫିଲ୍ମ ଦେଖିକି ଲାଜ ଲାଗିଥିଲା । କିନ୍ତୁ ଆପଣ […]

ଅପରାଧ ଦେଶ ବିଦେଶ

ରାତିରେ ପଡିଲା ହାତଗଣ୍ଠି, ସାତ ଫେରା ନେଲେ ନବ ଦମ୍ପତି, କନିଆ କହିଲା-ମୁଁ ବର ସହ ଯିବିନି

ନୂଆଦିଲ୍ଲୀ ୦୮।୦୬: ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛି । ଏହି ସମୟରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହେଲେ ଏଠାରେ, ବିବାହର କିଛି ଘଣ୍ଟା ପରେ, କନ୍ୟା ନିଜର ନବ ବିବାହିତ ଜୀବନସାଥୀ ସହିତ ସବୁ ବନ୍ଧନ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବର ବୟସ ବହୁତ ଅଧିକ ରହିଛି। ଏହି କାରଣରୁ ଏହି ଘଟଣା ଘଟିଛି । ଏହି ଘଟଣାଟି ବାରାଣାସୀର ଚୌବେପୁର ଅଞ୍ଚଳରୁ ଆସିଛି। […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର ୮।୬: ଖୋଲା କୂଅରେ ଖସିପଡିଲା ବାଘ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ବଂଶାଜାଲ ପଞ୍ଚାୟତର ସାନହିଣ୍ଡୋଲ ଘାଟି ନିକଟରେ ଥିବା ଏକ ଖୋଲା କୂଅରେ କଲରାପତରିଆ ବାଘଟି ଖସିପଡିଥିଲା । କୂଅରେ ପାଖାପାଖି ୬ ଫୁଟ ପାଣି ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ କଲରାପତରିଆ ବାଘଟି ଉଦ୍ଧାର ହେବା ପରେ ଜଙ୍ଗଲମୁହାଁ ହୋଇଥିବା ଜଣାପଡିଛି । ବାଘଟିକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଉଦ୍ଧାର କରିଥିବା ବେଳେ […]

ଅପରାଧ ରାଜ୍ୟ

ପାଣି ପାଇଁ ରାସ୍ତାରେ ଗ୍ରାମବାସୀ, ଯାତାୟତ ବାଧାପ୍ରାପ୍ତ

ନୀଳଗିରି ୦୮।୦୬: ପିଇବା ପାଣି ପାଇଁ ଡହଳ ବିକଳ ଜାମବଣି ଗ୍ରାମବାସୀ। ଗରା ବାଲ୍‌ଟି ଧରି ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଖବର ଅନୁଯାୟୀ, ଗାଁରେ ଥିବା ପାଣି ଟାଙ୍କି କିଛିଦିନ ହେବ ଅଚଳ ହୋଇଯାଇଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିନଥିଲେ। ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ସକାଳ ଠାରୁ ଏବେ ଯାଏଂ ରାସ୍ତାରେ ବସି ପ୍ରତିବାଦ କରୁଛନ୍ତି ଗ୍ରାମବାସୀ […]

ଅପରାଧ ରାଜ୍ୟ

ପୁରୀ ବାଇପାସ୍‌ରୁ ସଶସ୍ତ୍ର ଡକାୟତି, ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ୱର ୦୮।୦୬: ଭୁବନେଶ୍ୱର ପୁରୀ ରାଜରାସ୍ତାରେ ସଶସ୍ତ୍ର ଡକାୟତି। ପୁରୀରୁ ଦର୍ଶନ କରି ଫେରିଲା ବେଳେ ଦମ୍ପତିଙ୍କୁ ଆକ୍ରମଣ କରି ଡକାୟତି କରିଛନ୍ତି ୨ ଜଣ ଦୁର୍ବୃତ୍ତ । ପିପିଲି ମଙ୍ଗଳପୁର ବାଇପାସରେ ଏହି ଡକାୟତି ହୋଇଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ପୁରୀରୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ଦମ୍ପତିଙ୍କ ପିଛା କରିବା ପରେ ପିପିଲି ବାଇପାସ ନିକଟରେ […]