ମୋରବୀ ବ୍ରିଜ୍ ଟ୍ରାଜେଡି; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି, ଯାଞ୍ଚ କମିଟି ଗଠନ ପାଇଁ ହୋଇଥିଲା ଆବେଦନ
ରାଜକୋଟ୍: ସୁପ୍ରିମକୋର୍ଟରେ ଆଜି ମୋରବୀ ବ୍ରିଜ୍ ଟ୍ରାଜେଡିର ଶୁଣାଣି । ଗୁଜରାଟ ମୋରବୀ ପୋଲ ଭୁଶୁଡ଼ିବା ଘଟଣାରେ ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର ହୋଇଥିଲା । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଦୁଇ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିବେ […]









