ରାଜ୍ୟ

ଟାଟା ମ୍ୟାଜିକ୍‌-କାର୍‌ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଜଗତସିଂହପୁର ୦୧।୧୨ : ଟାଟା ମ୍ୟାଜିକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ତର୍ଜଙ୍ଗା ଠାରେ ଏକ ଟାଟା ମ୍ୟାଜିକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଥିଲେ । ସେଠାରେ ସେମାନଙ୍କୁ ଉଦ୍ଧାର କରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାମିନ ଆବେଦନ କଲେ ଅର୍ଚ୍ଚନା, ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟରେ ହେବ ଶୁଣାଣି

ଭୁବନେଶ୍ୱର ୦୧।୧୨ : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟ । ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିନ୍ନ କାମରେ ଲାଗୁଛି ଡିଏମ୍ଏଫ୍‌ ଟ୍ୟାଙ୍କର୍‌: ଆଦିବାସୀଙ୍କ ବଦଳରେ ଚାରାକୁ ପାଣି!

ରାଉରକେଲା : ରାଉରକେଲାରେ ଡିଏମଫଏଫ୍‌ ଅର୍ଥ ଖର୍ଚ୍ଚ ପାଇଁ ରହିଥିବା ନିୟମର ଉଲ୍ଲଘଂନ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ କିଣା ଯାଇଥିବା ଟ୍ୟାଙ୍କର୍‌ସବୁ ବର୍ତ୍ତମାନ ରାଉରକେଲାରେ ରାସ୍ତକଡ଼ରେ ଲଗା ଯାଇଥିବା ଚାରାରେ ପାଣି ଦେବାଲାଗି ବ୍ୟବହାର କରାଯାଉଛି। ଆଦିବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଏହି ଟ୍ୟାଙ୍କର୍‌ ବ୍ୟବହାର ହେବା ବଦଳରେ କିଭଳି ଚାରାରେ ପାଣିଦେବା ପାଇଁ ବ୍ୟବହାର କରାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନା ଅନୁସାରେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ

ଭୁବନେଶ୍ୱର ୦୧।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ ଦାସ । ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ତାଜ ହୋଟେଲରେ ହୋଇଥିଲା ଡିଲ୍ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳୀ ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବ୍ଲାକମେଲର ଶିକାର । ଯାହାର ଛାନଭିନ୍ କରୁଛି ଇଡି । ସେହିପରି ଅନ୍ୟପଟେ ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଡ୍‌ସ: ଏବେ ବି ଗଞ୍ଜାମ ନଂ.୧

ବ୍ରହ୍ମପୁର : ଏଡ୍‌ସ ଜାଲରେ ଛନ୍ଦି ହୋଇଛି ଗଞ୍ଜାମ ଜିଲ୍ଲା। ପ୍ରତିବର୍ଷ ସାରାରାଜ୍ୟରୁ ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୩୦ ପ୍ରତିଶତ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ରେକର୍ଡ଼ କହୁଛି। ପୂର୍ବରୁ ଏହି ସଂଖ୍ୟା ୩୫ ପ୍ରତିଶତ ରହିଥିଲା। ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ଏଚ୍ଆଇଭି ପଜିଟିଭ୍‌ କ୍ଷେତ୍ରରେ ଏବେ ବି ୧ନମ୍ବର ଜିଲ୍ଲା ହେବାର ଦୁର୍ନାମ ମୁଣ୍ଡାଇଛି। ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ। ଏହି ଦିବସରେ ରାଲି, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଣାର୍କ ଉତ୍ସବ ଆଜିଠାରୁ, ଶିଳ୍ପୀଙ୍କ ଅପେକ୍ଷାରେ ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ : ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ଆଜି ଆରମ୍ଭ ହେବ। ଚଳିତ ମାସ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର କଳାକାରମାନେ ପାଞ୍ଚଦିନ ଧରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ନୃତ୍ୟଶିଳ୍ପୀମାନଙ୍କ ନୁପୁରର ପ୍ରତିଧ୍ବନିତ ହେବା ଅପେକ୍ଷାରେ ମୁକ୍ତକାଶ ରଙ୍ଗମଞ୍ଚ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର କଳା, ସଂସ୍କୃତି ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱରରେ ଆୟୋଜିତ ହେବ ‘ବାୟୁ’ ସମ୍ମିଳନୀ

ଭୁବନେଶ୍ୱର : ପ୍ରକୃତିରେ ସବୁକିଛି ପଞ୍ଚ ମହାଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ। ଏଥିମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ। ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରି। ଏହି ବାର୍ତ୍ତାର ପ୍ରଚାରପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ବାୟୁ-ମହତ୍ତ୍ବପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ। ଆସନ୍ତା ଡିସେମ୍ବର ୨ରୁ […]

ରାଜ୍ୟ

ଆଖିବୁଜିଲା ଅସୁସ୍ଥ ଦନ୍ତା, ଡାହାଣ ଗୋଡରେ ହୋଇଥିଲା ଗଭୀର କ୍ଷତ

ବଡ଼ବିଲ ୦୧।୧୨ : ପୁଣି ଏକ ଦନ୍ତାର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, କୌଣସି କାରଣରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହାପରେ ଗତ ଗତ ଅକ୍ଟୋବର ୨୬ ତାରିଖରୁ ଦନ୍ତାର ଚିକିତ୍ସା ଚାଲିଥିଲା । ହାତୀର ଆଗପଟ ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ତେବେ ଚିକିତ୍ସାଧୀନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ଏଡ୍‌ସ ଦିବସ: ଚିନ୍ତା ବଢ଼ାଇଲା ନୂଆ ଏଚ୍‌ଆର୍‌ଜି କ୍ଲଷ୍ଟର

ଭୁବନେଶ୍ବର : ରାଜ୍ୟରେ କିଛି ନୂଆ ଉଚ୍ଚ ସମ୍ବେଦନଶୀଳ ଗ୍ରୁପ୍(ଏଚ୍‌ଆରଜି) କ୍ଲଷ୍ଟର ଚିହ୍ନଟ ହୋଇଛି। ଗତ ୧ବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ଏଚ୍‌ଆଇଭି/ଏଡ୍‌ସର ସମ୍ବେଦନଶୀଳତା ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାସ୍ତରରେ ଥିବା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ)ର କମିଟି ଏହି କ୍ଲଷ୍ଟରର ବୈଧତା ବା ଭାଲିଡେସନ୍‌ ପରେ ଏହାକୁ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା(ନାକୋ)କୁ ପଠାଯିବ। ୨୦୦୮ ମସିହା ପରେ ରାଜ୍ୟରେ ଏଭଳି ଏଚ୍‌ଆର୍‌ଜି କ୍ଲଷ୍ଟରର ସର୍ବେକ୍ଷଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁରୁବାରଠୁ କୋଣାର୍କ ମହୋତ୍ସବ, ଉତ୍ସବମୁଖର ବେଳାଭୂମି

କୋଣାର୍କ ୦୧।୧୨ : ଗୁରୁବାରଠୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଡିସେମ୍ବର ୧ରୁ ୫ତାରିଖ […]