ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଦାଚାଷ ଆଦିବାସୀଙ୍କୁ ଦେଖାଇଛି ବଞ୍ଚିବାର ରାହା

ଫୁଲବାଣୀ : କେବଳ କନ୍ଧମାଳ ହଳଦୀ କାହିଁକି କନ୍ଧମାଳ ଅଦାର ଚାହିଦା ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ ପରେ କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍‌’ର ଚାହିଦା ଆକାଶଛୁଆଁ ରହିଛି। କନ୍ଧମାଳ ଜିଲ୍ଲାର ମାଳଭୂମି ଅଦା ଚାଷ ପାଇଁ ସବୁଠୁ ଉତ୍କୃଷ୍ଟ ହୋଇଥିବାରୁ ଏଠାକାର ଆଦିବାସୀ ପାରମ୍ପରିକ ପଦ୍ଧତିରେ ଜୈବିକ ପ୍ରଣାଳୀରେ ଅଦା ଚାଷ କରି ବେଶ ଲାଭବାନ ହୋଇପାରୁଛନ୍ତି। କନ୍ଧମାଳ ଜିଲ୍ଲାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେବ୍ରୁଆରି ୧୫ ସୁଦ୍ଧା ନୂତନ ଗ୍ରାମର ପ୍ରସ୍ତାବ ଦେବେ ଜିଲ୍ଲାପାଳ

ଭୁବନେଶ୍ବର : ରାଜସ୍ବ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ପଡ଼ା ଗ୍ରାମରେ ୨୫୦ରୁ କମ୍‌ ଲୋକ ଥିଲେ ରାଜସ୍ବ ଗ୍ରାମ ଓ ପଡ଼ା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବ। ସେହିପରି ପଡ଼ା ଗ୍ରାମଟି ରାଜସ୍ବ ଗ୍ରାମର ୫୦୦ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ପଡ଼ା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ ସେହି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ଜିଲ୍ଲାପାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନାଳ ଯୋଗୁ ବିଷ ହେଲା ପିଇବା ପାଣି: ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଲା

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଘରେଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି। ଦୁଇଦିନ ଧରି ସ୍ବାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରୁଛି। ଦୂଷିତ ପାଣି ଏହାର ମୂଳ କାରଣ ହୋଇଥିବାବେଳେ ପୌର ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ଏ ନେଇ କ’ଣ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ନାଳ ପାଣି ପାଇଁ ଆଜି ପାନୀୟ […]

ଅପରାଧ ରାଜ୍ୟ

ପୁରୀରେ ଭୟାବହ ଅଗ୍ନିକାଣ୍ଡ: କାଠଗୋଲାରେ ଜଳିଗଲା ୧୦ କୋଟି ଟଙ୍କାର କାଠ

ପୁରୀ: ପୁରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ୧୦ କୋଟି ଟଙ୍କାର କାଠ ନିଆଁ ଲାଗି ଜଳିଯାଇଥିବାର ଖବର ମିଳିଛି। ପୁରୀ ନବକଳେବର ରୋଡରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଗୋଲାରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ଲାଗିଥିଲା ନିଆଁ। ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି ଅନୁମାନ କରାଯାଉଥିବା ବେଳେ ନିଆଁ ପ୍ରାୟ ୬ ଘଣ୍ଟା ଧରି ଲାଗି […]

ଅପରାଧ ରାଜ୍ୟ

ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି: ୧୨ଦିନରେ ୭ ନବଜାତ ଶିଶୁଙ୍କ ମୃତ୍ୟୁ

କୋରାପୁଟ/ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି। ଗତ ୧୨ଦିନ ମଧ୍ୟରେ ୭ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ ସ୍ତରରେ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିଲା, ତାହାର ତଦନ୍ତ ସହ ଶିଶୁ ମୃତ୍ୟୁ ରୋକିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଚଳିତ ମାସ ୪ତାରିଖ ଦିନ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସାମ୍‌ନାକୁ ଆସିଥିଲା। କାଠରଗଡ଼ା ପଞ୍ଚାୟତର ନୂଆଗୁଡ଼ା ଗାଁର ପିଣ୍ଟୁ ସୁନାଙ୍କ ଦୁଇ […]

ଅପରାଧ ରାଜ୍ୟ

ବାରମ୍ବାର ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍‌: ଟାର୍ଗେଟ୍‌ରେ ଅବକାରୀ, ପୁଲିସ, ବନବିଭାଗ

କଟକ : ଆଠଗଡ଼ ଉପଖଣ୍ଡରେ ବାରମ୍ବାର ପୁଲିସ, ଅବକାରୀ, ବନବିଭାଗକୁ‌ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। କିନ୍ତୁ, ପୁଲିସର ଅପରାଧ ଦମନରେ ବିଫଳତା ଯୋଗୁଁ ଅପରାଧୀଙ୍କ ସାହସ ବଢିବାରେ ଲାଗିଛି। ଚଳିତ ମାସ ୧ ତାରିଖ ଦିନ ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ତିଗିରିଆ ଥାନା ଜେମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମକୁ ଯାଇଥିବା ଢେଙ୍କାନାଳ ସଦର ଥାନା ପୁଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସର୍ଭିସ୍‌ ବନ୍ଧୁକ ଛଡ଼ାଇ ନେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜ ଶିଶୁ ଉଦ୍ଧାରରେ ଓଡ଼ିଶା ପଛୁଆ: ୭୦୧ ଶିଶୁଙ୍କ ପତ୍ତା ମିଳୁନି

ରାଉରକେଲା : ପ୍ରତିବର୍ଷ ଓଡ଼ିଶାର ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି। କେଉଁଠି ପରିବାର ସହ କଳି କରି ଘର ଛାଡ଼ୁଛନ୍ତି ତ କେଉଁଠି ଅନ୍ୟ ରାଜ୍ୟକୁ ଚାଲାଣ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟ ଅନୁସାରେ ଗତ ୬ ବର୍ଷରେ ରାଜ୍ୟର ୧୬ ହଜାର ୬୫୪ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏମାନଙ୍କୁ ଖୋଜିବା, ଟ୍ରାକ୍‌ କରିବା ଓ ଚିହ୍ନଟ କରି ସୁରକ୍ଷିତ ଉଦ୍ଧାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ […]

ରାଜନୀତି ରାଜ୍ୟ

ଜୟନ୍ତୀରେ ଦାମଙ୍କ କଟାକ୍ଷ: ରାଜନୀତି କଲେ ବ୍ୟବସାୟ ଲୋଭ ଛାଡ଼

ଜଗତସିଂହପୁର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ୮୧ ତମ ଜୟନ୍ତୀ ପାଳନକୁ ନେଇ ପାରାଦୀପ ରାଜନୀତି ଆଜି ଉଷ୍ମ ହୋଇଛି। କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ଦାମଙ୍କ ଜୟନ୍ତୀ ପାଳନ ହୋଇଥିବା ବେଳେ ଏଥିରେ ଅନେକ ବରିଷ୍ଠ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନେକ ପ୍ରଭାବଶାଳୀ ବିଜେଡି ନେତା କିନ୍ତୁ ଏଥିରୁ ଦୂରେଇ ରହିଥିଲେ। କାର୍ଯ୍ୟକ୍ରମରେ ଦାମଙ୍କ କଟାକ୍ଷ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ନିଜ ଜନ୍ମଦିନରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୮‌ରେ ଲେଉଟିବ ଶୀତ

ଭୁବନେଶ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତ୍ତନ ଦେଖାଦେବ ନାହିଁ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ ଏହିଭଳି ସ୍ଥିତି ଜାରି ରହିବ। ମାତ୍ର ଏହା ପରେ ଅର୍ଥାତ୍‌ ୧୮ ତାରିଖ ବେଳକୁ ରାତି […]

ଅପରାଧ ରାଜ୍ୟ

୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ ଗିରଫ

ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ଭୁବନେଶ୍ୱର ଅର୍ଥ‌ନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଦୁଇ ଅଭିଯୁକ୍ତ ହେଲେ ବାସ୍ତବ ଇଣ୍ଡିଆର ସଭାପତି ତନଭିର ନାଜରୀ ଓ ସଂପାଦକ ମହମ୍ମଦ ଅବୁଲ ହସନେନ୍। ଆଜି ଉଭୟଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ସୋଲାର୍ ସଚେତନତା ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରି […]