ସୁନକଙ୍କ ସ୍ଥିତି ଭଲ ନାହିଁ!
ଯାହା ଜଣାପଡ଼ୁଛି, ଆଜି ଭୋଟ୍ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ(@RishiSunak)ଙ୍କ ସରକାର କ୍ଷମତାକୁ ଫେରିବା ଆଶା କ୍ଷୀଣ। ଟ୍ବିଟର୍ରେ ନୂଆବର୍ଷ ପାଇଁ ସୁନକଙ୍କ ଭିଡିଓ ବାର୍ତ୍ତାକୁ ନେଇ ଲୋକେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁନକ ଉକ୍ତ ବାର୍ତ୍ତାରେ କହିଛନ୍ତି, ‘‘୨୦୨୨ ବର୍ଷଟି ବହୁତ କଠିନ ଥିଲା। ମହାମାରୀ ବିପର୍ଯ୍ୟୟର ପ୍ରଭାବ ସାଙ୍ଗକୁ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପଛକୁ ଟାଣିନେଲା। ୨୦୨୩ ବର୍ଷଟି ଆହ୍ବାନଭରା ହେଲେ ମଧ୍ୟ ମୁଁ ଦେଶବାସୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର […]









