୨୮ ଟନ୍ କୋକ୍ ବୋଝେଇ ଟ୍ରକ୍ ଜବତ, ଚାଳକ ଗିରଫ
ଭୁବନେଶ୍ବର: ରାଜ୍ୟରେ ଚୋରାରେ କୋକ୍ କାରବାର ଚଳାଉଥିବା ଏକ ଗ୍ୟାଙ୍ଗ୍କୁ ଧରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ୨୮ ଟନ୍ କୋକ୍(ଅଷ୍ଟ୍ରେଲିଆରୁ ଆମଦାନି) ବୋଝେଇ ଟ୍ରକ୍କୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ଏସ୍ଟିଏଫ୍ ଟିମ୍କୁ ଚକ୍ମା ଦେଇ ମାଫିଆମାନେ ବଲେରୋ ଛାଡ଼ି ପଳାଇଛନ୍ତି। ଗିରଫ ହୋଇଥିବା ଟ୍ରକ୍ ଚାଳକ ଭଦ୍ରକ ବାଂଶଡ଼ାର ପର୍ଶୁରାମ ମହାଳିକଙ୍କ ସୂଚନା ଓ ବଲେରୋର ତଥ୍ୟ ଅନୁସାରେ ଫେରାର୍ ମାଫିଆମାନଙ୍କୁ ଠାବ କରିବାକୁ ଏସ୍ଟିଏଫ୍ ଉଦ୍ୟମ ଚଳାଇଛି। ଜବତ କୋକ୍ର ବଜାର ମୂଲ୍ୟ […]