ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ: ଦୁଇ ଶିଶୁ ଗୁରୁତର
ବାଳିଆପାଳ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଳିଆପାଳ ବ୍ଲକ ମଧୁପୁରା ଗ୍ରାମରେ ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମଧୁପୁରା ଗ୍ରାମରେ ସେକ୍ ଆନସାରଙ୍କ ଘରେ ପରିବାର ଲୋକ ଶୋଇଥିବା ଅବସ୍ଥାରେ ପାଚେରି ପଡି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। […]