ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL
କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ କାରବାରରେ ଏକାଧିକ ବ୍ୟକ୍ତି ଏବଂ ସଂସ୍ଥା ଜଡିତ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଏହାର ଚେର ମଧ୍ୟ ରାଜ୍ୟ ବାହାରକୁ ଲମ୍ବିଛି […]