ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍, ୨ କୋଟିର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
ଲମତାପୁଟ ୨୦।୧୧ : ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍। ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ମାଓ ପ୍ରଭାବିତ ସାରିଆପାଲି ଗ୍ରାମ ନିକଟ ବଣ୍ଡରୁଗୁଡା ଜଙ୍ଗଲରୁ କଡ଼ା ସୁରକ୍ଷା ବଳୟ ଭିତରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପାଡ଼ୁଆ ପୋଲିସ। ପ୍ରାୟ ୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଥିଲା। […]









