ମେଡିକାଲ କଲେଜ ସ୍ଥିତି ଦୟନୀୟ: ଠିକାରେ ଅଧ୍ୟାପକ, ଆଉଟସୋର୍ସିଂରେ ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ନୂଆ ମେଡିକାଲ କଲେଜଗୁଡ଼ିକର ସ୍ଥିତି ଦୟନୀୟ। ଗତ କିଛି ବର୍ଷ ଭିତରେ ଯେଉଁସବୁ ମେଡିକାଲ କଲେଜକୁ ଜାତୀୟ ମେଡିକାଲ କମିସନ(ଏନ୍ଏମ୍ସି)ଠାରୁ ଅନୁମୋଦନ ମିଳିଛି ସେସବୁରେ ଶତାଧିକ କର୍ମଚାରୀ ପଦବି ଖାଲି ପଡ଼ିଛି। ଅଧ୍ୟାପକଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀମାନେ ଆଉଟସୋର୍ସିଂ ଜରିଆରେ ନିଯୁକ୍ତ ହୋଇଛନ୍ତି। ମେଡିକାଲ କଲେଜଗୁଡ଼ିକରେ କର୍ମଚାରୀଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ଲୋକଙ୍କୁ କିଭଳି ଗୁଣାତ୍ମକ ସେବା ମିଳିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ବର୍ତମାନସୁଦ୍ଧା ସରକାରୀ […]









