ହିମାଚଳରେ ବିଜୟ ମୁହାଁ କଂଗ୍ରେସ ! କିଏ ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଅଧ୍ୟକ୍ଷ କହିଲେ…
ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ ହାତେଇଲା ଭଳି ଅନୁମାନ କରାଯାଉଛି । ତେବେ ହିମାଚଳ ପ୍ରଦେଶରେ ଯଦି କଂଗ୍ରେସ ଜିତାପଟ ହାସଲ କରେ, ତେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? […]









