କଳିଙ୍ଗନଗରରେ ଏନ୍ଆଇଏମ୍ଜେଡ୍ ପ୍ରତିଷ୍ଠା ନୋହିଲା
ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍ (ଏନ୍ଆଇଏମ୍ଜେଡ୍) ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ୨୦୧୯ରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ମଞ୍ଜୁରୀ ଦେଇଥିଲେ। ଏହାମଧ୍ୟରେ ୩ ବର୍ଷ ବିତିଯାଇଛି କିନ୍ତୁ ପ୍ରକଳ୍ପ ନେଇ କୌଣସି ଅଗ୍ରଗତି ହୋଇପାରୁନି। କୁହାଯାଉଛି ଜମି ଯୋଗାଡ଼ରେ ଇଡ୍କୋର ବିଫଳତା ପାଇଁ ପ୍ରକଳ୍ପ କାମ ସେଇଠି ଅଟକି ଯାଇଛି।ଇସ୍ପାତ ରାଜଧାନୀରେ ବିକାଶର ସ୍ଥାଣୁତା ନେଇ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ଏଭଳି ବୃହତ୍ […]









