ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି
ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍ ହାଉସ୍ରେ ଗୁଳିକାଣ୍ଡ ହୋଇଛି। ଜଣେ ଦୁର୍ବୃତ୍ତ ସକାଳେ ଆସି ମ୍ୟାନେଜର୍ଙ୍କୁ ଫୁଲତୋଡ଼ା ଦେଇ ଯିବାପରେ ଅପରାହ୍ନରେ ଗୁଳିମାଡ଼ କରିଛି। ସୌଭାଗ୍ୟକ୍ରମେ କାହାର କିଛି କ୍ଷତି ଘଟିନାହିଁ। ଏହି ଖବର ପ୍ରଚାରିତ ହେବାପରେ ସେହି କମ୍ପାନି ମ୍ୟାନେଜର୍ ଓ ଅନ୍ୟ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ, ଏହି ଗେଷ୍ଟ୍ ହାଉସ୍ରେ କମ୍ପାନିର ମ୍ୟାନେଜର […]









