ବାକ୍ ସ୍ବାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ବାକ୍ ସ୍ବାଧୀନତାକୁ ନେଇ ସୁପ୍ରିମ୍କୋର୍ଟ ଆଜି ଏକ ରାୟରେ କହିଛନ୍ତି ଯେ କୌଣସି ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବୟାନକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ିଦିଆଯାଇପାରିବ ନାହିଁ। ସାମୁହିକ ଦାୟିତ୍ବ ନୀତିକୁ ଲାଗୁ କରିବା ସତ୍ତ୍ବେ କୌଣସି ମନ୍ତ୍ରୀଙ୍କ ବୟାନ ସରକାରଙ୍କ ଅଧିକୃତ ବୟାନ ଭାବେ ଗ୍ରହଣ କରାଯିବ ନାହିଁ। ବାକ୍ ସ୍ବାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସାର୍ବଜନୀନ ପଦରେ ଆସୀନ ବ୍ୟକ୍ତି ପାଇଁ ମତପ୍ରକାଶ […]









