ରୁଷ୍ ଇଂଜିନିୟରଙ୍କ ଶବ ବ୍ୟବଚ୍ଛେଦ
ଜଗତସିଂହପୁର : ପାରାଦୀପ ବନ୍ଦରକୁ ପଣ୍ୟ କାରବାର ପାଇଁ ଆସିଥିବା ଏକ ଜାହାଜର କାର୍ଯ୍ୟରତ ରୁଷ୍ ନାଗରିକ (ମୁଖ୍ୟଯନ୍ତ୍ରୀ) ମିଲ୍ ୟାକୁବ୍ ସର୍ଜଇଙ୍କର ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯାଇଛି। କୁଜଙ୍ଗରେ ଶବ ବ୍ୟବଚ୍ଛେଦ ଶେଷ ହେବାପରେ ମୃତଦେହକୁ ପୁଣିଥରେ ପାରାଦୀପ ଅଣାଯାଇ ବନ୍ଦର ହସ୍ପିଟାଲରେ ସଂରକ୍ଷିତ ରଖାଯାଇଛି। ରୁଷ୍ ଦୂତାବାସର ସ୍ବୀକୃତି ନ ଆସିବା ପର୍ଯ୍ୟନ୍ତ ସେଠାରେ ମୃତଦେହ ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀ ସୂଚନା ଦେଇଛନ୍ତି। ଏହାସହ ଜାହାଜରେ ଥିବା […]









