ପର୍ଯ୍ୟଟନ ରାଜ୍ୟ

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ-୨୦୨୧

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜନ ହେବ । ସେହିପରି କୋଣାର୍କ ପ୍ରେସ୍‌ କ୍ଲବ ପକ୍ଷରୁ ନଭେମ୍ବର ୩୦ରେ ସାଇକ୍ଲୋଥନ ଏବଂ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ୧ତାରିଖ ସକାଳେ ଗଣଦୌଡ଼ ଆୟୋଜନ ହେବ । ଏନେଇ ଗୁରୁବାର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପରେ ପର୍ଯ୍ୟଟନ ବିଭାଗର ପ୍ରମୁଖ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୪ କୋଟି ଛୁଇଁଲା କୋଭିଡ୍ ଟିକାକରଣ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର ୧୨।୧୧: ରାଜ୍ୟରେ ୪ କୋଟି ଛୁଇଁଲା ଟିକାକରଣ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ସେପଟେ ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବଢି ୨୪୦୦ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି […]

ଖେଳ ରାଜ୍ୟ

ଭାରତୀୟ ହକି ଟିମରେ ୩ ଓଡିଆ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ବର: ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଟିମ୍‌ ୧୮ ଜଣିଆ ଦଳ ଘୋଷଣା କରିଛି । ଆଉ ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି । ଓଡିଶାରେ ହେବ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି […]

ଦେଶ ବିଦେଶ ମନୋରଞ୍ଜନ

ବିବାହକୁ ନେଇ କଙ୍ଗନା କଲେ ଖୁଲାସା , କହିଲେ ଖୁବ୍ ଶୀଘ୍ର ଜଣାଇବି ପାର୍ଟନର ବିଷୟରେ…

ମୁମ୍ବାଇ ୧୧।୧୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବର୍ତ୍ତମାନ କଣ୍ଟ୍ରୋଭର୍ସି କୁଇନ୍‌ ନାମରେ ଜଣାଶୁଣା । ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ପରେ ଆଗାମୀ ଦିନରେ ନିଜକୁ ଜଣେ ମହାନ ପତ୍ନୀ ଏବଂ ମା ଭାବରେ ଦେଖିବାକୁ ଚାହୁଁଛନ୍ତି। ଏହିସବୁ କଥା ଅଭିନେତ୍ରୀ ନିଜେ ଲୋକଙ୍କୁ କହିଥିଲେ ଯେ ସେ ତାଙ୍କ ଜୀବନକୁ ବିବାହିତ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ପିଲାମାନଙ୍କ ସହିତ ଦେଖିବାକୁ ଚାହାନ୍ତି । ଏହା ବ୍ୟତୀତ ସେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପୋଷା କୁକୁର ଚିହ୍ନଟ ହେଲା କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୋଷା କୁକୁର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ଏହି ମାମଲା ବ୍ରିଟେନରୁ ଚିହ୍ନଟ ହୋଇଛି । ବୁଧବାର ଦିନ ଏକ ବୟାନରେ ୟୁକେର ମୁଖ୍ୟ ପଶୁ ଚିକିତ୍ସକ ଏନେଇ ସୂଚନା ଦେଇଛନ୍ତି । ଏବେ ବିଦେଶରେ ପୋଷା ଜୀବଜନ୍ତୁଙ୍କ ଠାରେ କୋଭିଡ୍ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଏନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାକୁ ନେି ନାନା ପ୍ରକାର ଅନୁସନ୍ଧାନ ଜାରି ରହିଛି । ପଶୁ ଚିକିତ୍ସକଙ୍କ କହିବାନୁସାରେ, ନଭେମ୍ବର ୩ ତାରିଖ […]

ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୨୭୧ ପଜିଟିଭ୍, ୨ ମୃତ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । କିନ୍ତୁ ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩ ଜଣ ଚିହ୍ନଟ ହୋଇଛନ୍ତି […]

ଖେଳ ରାଜ୍ୟ

୨୪ ତାରିଖରୁ ଭୁବନେଶ୍ୱରରେ ହେବ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ ବୋଲି କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏଥିସକାଶେ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି। ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। କୌଣସି ବ୍ୟାବସାୟିକ ସମାରୋହରେ ସାମିଲ ହେବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ବୃଷ: ଆପଣଙ୍କ ମନର ଇଚ୍ଛା ପୂରା ହେବ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ମିଥୁନ: ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଚାକିରିଆ ଭଲ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିମୟ […]

ଦେଶ ବିଦେଶ ମନୋରଞ୍ଜନ

କବିତା କୌଶିକ ବଦଳାଇଲେ ନିଜର ଲୁକ୍, ହେୟାରଷ୍ଟାଇଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୧୧/୧୧ : ବିଗ୍ ବସ୍ ଫେମ୍ ଅଭିନେତ୍ରୀ କବିତା କୌଶିକ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। କବିତା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କେଶ କାଟୁଥିବା ଦେଖାଯାଉଛି। ସେ ନିଜର ଘନ-ମୋଟା କେଶକୁ କାଟି ଛୋଟ କରିଦେଇଛନ୍ତି। ଏକ ଉତ୍ତମ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ କବିତା କ୍ୟାମେରା ଆଗରେ ନିଜର କେଶକୁ ଦେଖାଯାଉଛନ୍ତି। ତାଙ୍କ ପଛରେ ହେୟାର […]

ଦେଶ ବିଦେଶ ମନୋରଞ୍ଜନ

ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଆଲ୍ଲୁ ଅର୍ଜୁନ, ନୋଟିସ୍ ପଠାଇବ ତେଲେଙ୍ଗାନା ଆରଟିସି

ନୂଆଦିଲ୍ଳୀ ୧୦।୧୧ : ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ। ତେଲେଙ୍ଗାନା ରାଜ୍ୟର ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି। ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି। ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ […]