ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ କଂପାନି ସହ କାମ କରିବା ପାଇଁ ପ୍ରସ୍ତାବ ଆସିବ। କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଯୋଗ ଅଛି। ବୃଷ: ସ୍ଥଗିତ କାମ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଦିଗୁଣା ଲାଭ ହେବ। ମିଥୁନ: ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ନିଜ କାର୍ଯ୍ୟସୂଚୀରେ ସକାରାତ୍ମକ ପରିବର୍ତ୍ତନ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’, ଦାନଦକ୍ଷିଣା କବଳରୁ ମୁକ୍ତ ହୋଇପାରିନି ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ଭିତରେ ଆଦାୟ ହୋଇପାରିବନି ଦାନଦକ୍ଷିଣା। ତିନିବର୍ଷ ତଳେ ଏହି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ଆଦେଶର ଅନୁପାଳନ ପାଇଁ ବି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବଦଳିନି ସ୍ଥିତି। ଏବେ ବି ଖୋଲାଖୋଲି ଶ୍ରୀମନ୍ଦିର ବାହାରେ ଓ ଭିତରେ ଦାନଦକ୍ଷିଣା ଆଦାୟ ହେଉଛି। ଅରୁଣସ୍ତମ୍ଭରୁ ଗରୁଡ଼ସ୍ତମ୍ଭ, ସବୁଠି ଏକାଧିକ ଥାଳି ପଡ଼ୁଛି। ବେତମାଡ଼ କରି ଦାନଦକ୍ଷିଣା ଆଦାୟ ହେଉଛି। ଯାହା ଭକ୍ତଙ୍କ ମନରେ ଅସନ୍ତୋଷ ଭରିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ଆଉଟଡୋର ରୋଗୀ ସେବା ବ୍ୟାହତ

କଟକ: ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଛି। ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ଫୋରଡାସ ଓ ଫିଆମାକୁ ସମର୍ଥନ କରି ପିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ଛାତ୍ର। କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବ୍ୟାହତ ହୋଇଛି। ନିଟ୍ ପିଜି ୨୦୨୧ ଛାତ୍ରଛାତ୍ରୀ ଆଡ଼ମିସନ କରିବାରୁ ବଞ୍ଚିତ ରହିଥିବାବେଳେ ଚଳିତବର୍ଷ ପାଇଁ ଆଡ଼ମିସନ ତାରିଖ ପ୍ରକାଶ ପାଇଛି। […]

ଦେଶ ବିଦେଶ ମନୋରଞ୍ଜନ

‘ମଧୁବନ’ କୁ ନେଇ ବିବାଦରେ ସନ୍ନି ଲିଓନି, ହିନ୍ଦୁ ଧର୍ମକୁ ଆଘାତ କରୁଥିବା ନେଇ ଆସିଲା ଅଭିଯୋଗ

ବଲିଉଡର ଗ୍ଲାମରସ ଡିଭା ସନ୍ନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନ୍ନି ଲିଓନି । ସନ୍ନିଙ୍କ ଏହି ନୂଆ ଗୀତକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସୋସିଆଲ ମିଡିଆରେ ତାଙ୍କର ଏହି ଗୀତକୁ ନେଇ ଟ୍ରୋଲ କରୁଛନ୍ତି ୟୁଜର୍ସ । ଅଭିଯୋଗ ହୋଇଛି ଗୀତ ଜରିଆରେ ସନ୍ନି ଲିଓନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ତାମିଲନାଡ଼ୁରେ ମାଡ଼ିଗଲା ଓମିକ୍ରନ, ଗୋଟିଏ ଦିନରେ ବାହାରିଲେ ୩୩ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବୃଦ୍ଧିକୁ ନେଇ ସରକାର ବି ଚିନ୍ତାରେ ପଡ଼ିଛନ୍ତି । ଏହାରି ମଧ୍ୟରେ ତାମିଲନାଡ଼ୁରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମା ସୁବ୍ରମଣ୍ୟୟମ୍ ଏହାର ସୂଚନା ଦେଇଛନ୍ତି । ଏହି କ୍ରମରେ ଦେଶରେ ଓମିକ୍ରନ ମାମଲା ୨୮୦କୁ ବୃଦ୍ଧି ପାଇଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର

ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ ଏବଂ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ବୁଷ୍ଟର୍ ଡୋଜ ଟିକା ଦିଆଯଉ । ଏହାକୁ ନେଇ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ନାଫ୍ଟାଲି ବେନେଟ୍ ସ୍ୱଗତ କରିଛନ୍ତି । ବେନେଟ୍ କହିଛନ୍ତ, ସାରା ବିଶ୍ୱରେ ବ୍ୟପିଥିବା ଓମିକ୍ରନ ଠାରୁ ବୁଷ୍ଟର୍ […]

ଦେଶ ବିଦେଶ ମନୋରଞ୍ଜନ

ବିବାଦରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’, ନିର୍ମାତାଙ୍କ ଉପରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ ୨୨/୧୨: ୨୦୦୧ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗଦର-ଏକ ପ୍ରେମ କଥା’ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଏହି ସିନେମାରେ ସନ୍ନି ଦେଓଲ ଏବଂ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିର୍ମାତା ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ତିଆରି କରୁଛନ୍ତି। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟକୁ ଆସିଛି ଏବଂ ନିର୍ମାତାଙ୍କ ଉପରେ ଠକେଇ କରିଥିବାର ଅଭିଯୋଗ ହୋଇଛି। ଏହି ମାମଲା କଙ୍ଗଡାରେ ପାଲାମପୁରର ଭାଲେଡ ଗାଁର, […]

ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶାକୁ ଘାରିଲା ଓମିକ୍ରନ ଭୟ: ଭୁବନେଶ୍ୱରର ଦୁଇଟି ସ୍ଥାନକୁ Containment Zone ଘୋଷଣା

ଭୁବନେଶ୍ୱର: ଗତକାଲି ରାଜ୍ୟରୁ ନୂଆ ଭାରିଆଣ୍ଟ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହେବା ପରେ ଏକ ପ୍ରକାର ଆଶଙ୍କା ବଢ଼ିଯାଇଛି । ତେଣୁ ରାଜଧାନୀ ଭୁବନେଶ୍ୱରରେ ସରକାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଭିଏସଏସ ନଗରର ୧୧ ନମ୍ବର ୱାର୍ଡ ଓ ବମିଖାଲର ଜୟଦୁର୍ଗା ନଗରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ୧୪ ଦିନ ପାଇଁ ଉକ୍ତ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । […]

ଦେଶ ବିଦେଶ ମନୋରଞ୍ଜନ

ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର

ନୂଆଦିଲ୍ଲୀ: ଦେଶ ଦୁନିଆରେ ଲୋକପ୍ରିୟ ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍ ହୋଇଛି । ଟ୍ୱିଟରରେ ସଞ୍ଜୀବ କପୁର ଏହାର ସୂଚନା ଦେବା ସହ କହିଛନ୍ତି ଯେ, ମୋର ଚ୍ୟାନେଲ Sanjeev Kapoor Khazana ହ୍ୟାକ୍ ହୋଇଛି । ସଞ୍ଜୀବ କପୁରଙ୍କ ଏହି ୟୁଟ୍ୟୁବ ଚ୍ୟାନେଲରେ ୭.୮୨ ମିଲିୟନ୍ ବା ୬୮ ଲକ୍ଷ ସବ୍ସକ୍ରାଇବର ଅଛନ୍ତି । ବର୍ତ୍ତମାନ ଟେକ୍ନିକାଲ ଟିମ୍ ଏହ ଉପରେ କାମ କରୁଛି । ତେବେ ସେଫ୍ ସଞ୍ଜୀବ କପୁର ନିଜ […]

ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ ପାଇଁ ୫ଟି ବିଷୟକୁୁ ଗୁରୁତ୍ୱ, ନୂଆବର୍ଷରେ ଆସିପାରେ ଗାଇଡଲାଇନ୍

ଭୁବନେଶ୍ୱର:ଓଡ଼ିଶାରେ ଓମିକ୍ରନର ୨ଟି ମାମଲା ଚିହ୍ନଟ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓମିକ୍ରନ ମୁକାବିଲା ପାଇଁ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜୋରଦାର ସର୍ଭେଲାନ୍ସ ଓ ଟିକାକରଣକୁ ବ୍ୟାପକ […]