ଆଇପିଏଲ୍ ୨୦୨୨: ରେଜିଷ୍ଟ୍ରେସନ୍ ଉଇଣ୍ଡୋ ବନ୍ଦ ବେଳକୁ ନିଲାମ ପାଇଁ ସାଇନ୍ ଅପ୍ କରିଛନ୍ତି ୧୨୧୪ ଖେଳାଳି
ନୂଆଦିଲ୍ଲୀ: ୨୦୨୨ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ (ଆଇପିଏଲ୍) ସିଜନ୍ ପୂର୍ବରୁ ହେବାକୁ ଥିବା ବୃହତ୍ ନିଲାମର ଅଂଶବିଶେଷ ହେବା ପାଇଁ ସମୁଦାୟ ୧୨୧୪ଜଣ ଖେଳାଳି ପଞ୍ଜିକରଣ କରିଥିବା କଥା ଆଜି ‘ଦି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ (ବିସିସିଆଇ) କହିଛି। ନିଲାମ ତାରିଖ କିଂବା ସ୍ଥାନ ଔପଚାରିକ ଭାବେ ଏଯାବତ୍ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ତାହା ଫେବ୍ରୁଆରି ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ ବୋଲି ଜଣାପଡୁଛି। ପଞ୍ଜିକରଣ କରିଥିବା […]