ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ମୃତ୍ୟୁ ବଢ଼ିଲା, ସଂକ୍ରମଣ ଖସିଲା: ଆଜି ୫ ହଜାର ତଳେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା […]

ଖେଳ ଦେଶ ବିଦେଶ

ନୂଆ କୀର୍ତ୍ତିମାନ ଦ୍ୱାରରେ ନାଦାଲ; ପ୍ରଥମ ଖେଳାଳି ଭାବେ ୨୧ ଗ୍ରାଣ୍ଡସ୍ଲାମ ବିଜୟ ଦ୍ୱାରରେ ପହଞ୍ଚିଲେ

ମେଲବର୍ଣ୍ଣ : ଇଟାଲିର ସପ୍ତମ ସିଡ୍ ଖେଳାଳି ମାତିଓ ବେରେତିନିଙ୍କୁ ଚାରି ସେଟ୍ ବିଶିଷ୍ଟ ତଥା ଉତ୍କଣ୍ଠାପୂର୍ଣ୍ଣ ସେମିଫାଇନାଲ୍‌ରେ ୬-୩, ୬-୨, ୩-୬, ୬-୩ ରେ ପରାସ୍ତ କରି ସ୍ପେନୀୟ ମହାନ ରାଫେଲ ନାଦାଲ ନୂଆ ଟେନିସ୍‌ ଇତିହାସ ରଚିବାର ଦ୍ବାର ଦେଶରେ ପହଞ୍ଚି ଯାଇଛନ୍ତି। ତା ସହିତ ପ୍ରଥମ ଖେଳାଳି ଭାବେ ୨୧ ଗ୍ରାଣ୍ଡସ୍ଲାମ୍ ଏକକ ଟ୍ରଫି ଜିତିବାର ମାଇଲଖୁଣ୍ଟର ଆହୁରି ନିକଟତର ହୋଇଛନ୍ତି ସେ। କ୍ଲେ କୋର୍ଟ ମହାରାଜା ଭାବେ ପରିଚିତ ନାଦାଲ ଶୁକ୍ରବାରର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନୂଆ ଧରଣର କରୋନାଭାଇରସ୍‌ ‘ନିଓକୋଭ୍’ ବିଷୟରେ ଊହାନ୍‌ ବୈଜ୍ଞାନିକଙ୍କ ସତର୍କ ସୂଚନା: ଏଥିରେ ମୃତ୍ୟୁ ଓ ସଂକ୍ରମଣ ହାର ଅଧିକ

ନୂଆଦିଲ୍ଲୀ: ଊହାନ୍‌ସ୍ଥିତ ଚୀନା ବୈଜ୍ଞାନିକମାନେ ଗୋଟାଏ ନୂଆ ଧରଣର କରୋନାଭାଇର୍‌ ‘ନିଓକୋଭ୍‌’ ବିଷୟରେ ସତର୍କ ସୂଚନା ଜାରି କରି କହିଛନ୍ତି ଯେ, ଏଥିଯୋଗୁଁ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ୍‌’ ଭୂତାଣୁ ଆବିଷ୍କୃତ ହୋଇଛି। ଏହା ମଧ୍ୟପ୍ରାଚ୍ୟରେ ଶ୍ବାସପ୍ରଶ୍ବାସ ରୋଗ ସୃଷ୍ଟିକାରୀ ‘ମର୍ସ-କୋଭ୍‌’ ସହ ସମ୍ପୃକ୍ତ ବୋଲି ଅନୁମାନ କରାଯାଉଛି। ‘ନିଓକୋଭ୍‌’କୁ ପ୍ରଥମେ ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଶରୀରରେ ଚିହ୍ନଟ କରାଯାଇଥିଲା […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ୧୦ ଜଣ ସଂକ୍ରମିତଙ୍କ ପ୍ରାଣହାନି: କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, […]

ଖେଳ ଦେଶ ବିଦେଶ

ପାରାମାଉଣ୍ଟ୍‌ ଲିଗ୍‌ରେ ସୁଦର୍ଶନଙ୍କ ଶତକ

ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଲିଗ୍‌ରେ ସୁଦର୍ଶନ ସ୍ବାଇଁଙ୍କ ଶତକ (୧୪୫, ୧୩୯ ବଲ୍‌, ୧୮ ଚୌକା, ୫ ଛକା) ବଳରେ ପାରାମାଉଣ୍ଟ୍ ୭୮ ରନ୍‌ର ବଡ଼ ବ୍ୟବଧାନରେ କଟକ ଜାଗୁଆର୍ସକୁ ପରାସ୍ତ କରିଛି। ପାରାମାଉଣ୍ଟ୍‌ ପାଳିରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ସାହୁ (୪୬, ୫୦ ବଲ୍‌) ଏବଂ ଅଂଶୁମାନ ସାହୁ (୩୯, ୫୯ ବଲ୍‌) ଭଲ ଖେଳିବାରୁ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୦ ରନ୍‌ […]

ଖେଳ ଦେଶ ବିଦେଶ

ଓଡ଼ିଶା ଓପନ୍‌ କ୍ବାର୍ଟରରେ ଶ୍ବେତପର୍ଣ୍ଣା

ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା କଟକର ‌ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓପନ୍‌ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ତାଙ୍କ ସାଥୀ ବାଳକେଶରୀ ଯାଦବ ୧୨-୨୧, ୧୩-୨୧, ୧୯-୨୧ରେ ଅନ୍ୟତମ ଭାରତୀୟ ଯୋଡ଼ି ଅଶିତ ସୂର୍ଯ୍ୟ ଓ ପ୍ରାଞ୍ଜଳ ପ୍ରଭୁ ଚିମୁଲକରଙ୍କୁ ପରାସ୍ତ କରିଥିଲେ। ଶ୍ବେତପର୍ଣ୍ଣା ଓ ବାଲକେଶରୀ କ୍ବାର୍ଟର ଫାଇନାଲ୍‌ରେ ରାହୁଲ କୁମାର ସାହା ଓ […]

ଖେଳ ଦେଶ ବିଦେଶ

ମହିଳା ଏସିଆ କପ୍‌ ହକି: ଆଜି କାଂସ୍ୟ ପାଇଁ ଖେଳିବ ଭାରତ

ମସ୍କାଟ: ଚଳିତ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର କାଂସ୍ୟ ମୁକାବିଲାରେ ଚୀନ୍‌କୁ ଭେଟିବ। ବୁଧବାର ସେମିଫାଇନାଲ୍‌ରେ ଭାରତ ୨-୩ ଗୋଲ୍‌ରେ ଦକ୍ଷିଣ କୋରିଆ ନିକଟରୁ ହାରିଯାଇଥିଲା। ଅନ୍ୟ ଏକ ସେମିଫାଇନାଲ୍‌ରେ ଜାପାନ୍‌ ୨-୧ ଗୋଲ୍‌ରେ ଚୀନ୍‌କୁ ମାତ୍‌ ଦେଇଥିଲା। ବୁଧବାର କଡ଼ା ସଂଘର୍ଷପୂର୍ଣ୍ଣ ଭାରତ-କୋରିଆ ସେମିଫାଇନାଲ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୨୮ତମ ମିନିଟ୍‌ରେ ନେହାଙ୍କ ଗୋଲ୍‌ରେ ଭାରତ ପ୍ରଥମାର୍ଦ୍ଧରେ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ଚୀନ୍‌ […]

ଖେଳ ଦେଶ ବିଦେଶ

ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ: ବିଷ୍ଣୋଇ ପ୍ରଥମ ଥର ସାମିଲ, ଫେରିଲେ କୁଲଦୀପ

ମୁମ୍ବାଇ: ଫେବ୍ରୁଆରି ୬ ତାରିଖରୁ ଅହମଦାବାଦଠାରେ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଘରୋଇ ଶୃଙ୍ଖଳା (ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦) ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ବେଙ୍ଗାଲୁରୁଠାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ତଥା ମାରାଥନ ବୈଠକ ପରେ ଡାହ‌ାଣହାତୀ କଚଟି ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳକୁ ଡାକରା ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବ୍ୟବଧାନ ପରେ ବାମହାତୀ କଚଟି ସ୍ପିନର […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାପା ହେଲେ ଯୁବରାଜ

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିଶ୍ବକପ୍ ବିଜୟୀ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ତାଙ୍କ ବ୍ରିଟିଶ୍ ଅଭିନେତ୍ରୀ ପତ୍ନୀ ହାଜେଲ କିଚ୍ ପୁତ୍ର ସନ୍ତାନର ସୌଭାଗ୍ୟ ପାଇଛନ୍ତି। ଯୁବରାଜ ଟ୍ବିଟ୍ କରି ଏହି ଶୁଭଖବର ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଜଣାଇଛନ୍ତି। ଯୁବରାଜ ଏବଂ ହାଜେଲ ମିଳିତ ଭାବେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଲେଖିଥିଲେ ଯେ ଗତ ମଙ୍ଗଳବାର ଆମର ପୁଅଟିଏ ହୋଇଛି। ଏକଥା ପ୍ରଶଂସକ, ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ବାଣ୍ଟି ଆମେ ଅତ୍ୟନ୍ତ […]

ଦେଶ ବିଦେଶ ମନୋରଞ୍ଜନ

ମୌନିଙ୍କ ବଧୂ ବେଶ ଦେଖି ନିଜକୁ ଅଟକାଇ ପାରିଲେ ନାହିଁ ସୁରଜ, ଭାବି ପତ୍ନୀଙ୍କ ଗାଲରେ ଦେଲେ ଚୁମ୍ବନ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୁରଜ ନାମ୍ବିଆର ଓ ମୌନୀ ରାୟ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ। ଦୁହିଁଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡର ଅନେକ ସେଲିବ୍ରିଟି ମୌନି ଓ ସୁରଜଙ୍କୁ ଶୁଭକାମନା ଜଣାଇଛନ୍ତି। ଭାଇରାଲ ହେଉଥିବା ପ୍ରଥମ ଫଟୋରେ ଦେଖିବାକୁ ମିଳୁଛି ଯେ ବିବାହ ସମୟରେ ଏକ ପାରମ୍ପରିକ […]