ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜିଠାରୁ ଖୋଲିଲା ସ୍କୁଲ ଓ କଲେଜ: ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ

ଭୁବନେଶ୍ବର: ସୋମବାରଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଛି। ସ୍କୁଲ ଓ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଫ୍‌ଲାଇନ୍‌ ପାଠପଢ଼ା ହେଲେ ସେମାନେ ଭଲ ଭାବେ ପାଠ ବୁଝିପାରିବେ ବୋଲି ଛାତ୍ରଛାତ୍ରୀମାନେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାର୍ଯ୍ୟ କରିବାକୁ ଅକ୍ଷୟ କୁମାର ରାଜି: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜି ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ଡେରାଡୁନ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଅଭିନେତା ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଥିଲେ। ଉଭୟଙ୍କ ସାକ୍ଷାତ୍‌ପରେ ଧାମୀ କହିଥିଲେ କି, ସେ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଭାବେ କାମ କରିବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି, ଆମେ ତାଙ୍କୁ ପ୍ରସ୍ତାବ ଦେଇଥିଲୁ। ସେ ତାହା […]

ଦେଶ ବିଦେଶ ମନୋରଞ୍ଜନ

କନ୍ୟା ସାଜିଲେ କରିସ୍ମା ତନ୍ନା, ବ୍ରାଇଡାଲ୍ ଲୁକ୍ ରେ ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଫ୍ୟାନ୍ସ ପାଇଁ ଖାସ୍ ଖବର ରହିଛି । କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା, ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରାଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲ୍ ଙ୍କ ଫଟୋକୁ ସେୟାର୍ କରି ବିବାହ […]

ଖେଳ ରାଜ୍ୟ

ଓଡ଼ିଶାରେ ପଞ୍ଚମଥର ଜାତୀୟ ଭଲିବଲ୍‌: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ୭୦ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା‌) ପ୍ରତିଯୋଗିତା ଆୟୋଜିତ ହେବ। ଭାରତୀୟ ଭଲିବଲ୍‌ ଇତିହାସରେ ଏହି ପ୍ରତିଯୋଗିତା ଆୟୋଜନ କରିବାରେ କିଟ୍‌ ମଧ୍ୟ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଲଗାତାର ତୃତୀୟ ଥର ପାଇଁ କିଟ୍‌ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏହାର ପୂର୍ବ ଦୁଇ ସଂସ୍କରଣ (୬୮ ଓ ୬୯ତମ)କୁ କିଟ୍‌ ସଫଳତାର ସହ ଆୟୋଜନ […]

ମନୋରଞ୍ଜନ ରାଜ୍ୟ

‘ଗପ ହେଲେ ବି ସତ’ ପାଇଁ ହେଲାନାହିଁ, ‘ସିଲସିଲା’ରେ ପୂରଣ ହେଲା ଆଶା

ଭୁବନେଶ୍ବର: ଓଡ଼ିଆ ସିନେଜଗତର ପ୍ରଖ୍ୟାତ ସଂଗୀତକାର ଯୋଡ଼ି ଭୁବନ-ହରି ( ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ପଣ୍ଡିତ ହରିପ୍ରସାଦ ଚୌରାସିଆ) ବେଶ କେତୋଟି ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ମଧ୍ୟରେ ରହିଛି ‘ସମୟ’, ‘ଗପ ହେଲେ ବି ସତ’, ‘ଅନୁରାଗ’ ଓ ‘ମା ଓ ମମତା’ ଆଦି। ଆଉ ଏ ସବୁ ଚଳଚିତ୍ରର ଗୀତ ସେ ସମୟରେ ସୁପରହିଟ୍ ହୋଇଛି। ଖ୍ୟାତନାମା ବେହେଲା ବାଦକ ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ପ୍ରସିଦ୍ଧ ବଂଶୀବାଦକ […]

କଳା ଓ ସଂସ୍କୃତି ରାଜ୍ୟ

ମହାପ୍ରଭୁଙ୍କ ଭକ୍ତିଭାବର ଅନନ୍ୟ ଉଦାହରଣ: ଜଗନ୍ନାଥଙ୍କୁ ଧରି ବାଲେଶ୍ୱରରୁ ଚାଲି ଚାଲି ଆସିଲେ ଦୟାନିଧି

ପୁରୀ :‌ ମହାପ୍ରଭୁଙ୍କ ଭକ୍ତିଭାବର ଅନନ୍ୟ ଉଦାହରଣ ଦେଖାଇଛନ୍ତି ବାଲେଶ୍ବରର ଦୟାନିଧି ଘୋଷ। ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ପଣ ନେଇ ଶ୍ରୀ ଘୋଷ ଶ୍ରୀଜଗନ୍ନାଥଙ୍କୁ ହାତରେ ଧରି ବାଲେଶ୍ବରରୁ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଶ୍ରୀ ଘୋଷ। ଏଠାରେ ପହଞ୍ଚିବା ପରେ ଶ୍ରୀ ଘୋଷ ରଥକାଠ ଅନୁକୂଳ ସ୍ଥଳରେ ପ୍ରଣାମ ଜଣାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ଚନ୍ଦ୍ରଭାଗା ଅଭିମୁଖେ ପୁଣି ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି। ଶ୍ରୀ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ; ତିନି ଧଉରା କାଠ ରଖି ପୂଜାର୍ଚ୍ଚନା, ନିର୍ବିଘ୍ନରେ ରଥଯାତ୍ରା ଶେଷ ପାଇଁ କଲେ ପ୍ରାର୍ଥନା

ପୁରୀ :‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ଶନିବାର ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ ସ୍ତୋତ୍ରୀୟ ବ୍ରାହ୍ମଣମାନେ ଆଜି ଏହି ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଛନ୍ତି। ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ସ୍ତୋତ୍ରୀୟ […]

ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ ପ୍ରଥମ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ

ଅହମ୍ମଦାବାଦ ୦୬/୦୨: ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ରବିବାରଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଏହି ମୁକାବିଲା ହେଉଛି ଭାରତର ୧୦୦୦ ତମ ଦିନିକିଆ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବ । ୧୦୦୦ ତମ ମ୍ୟାଚ୍ ଅହମଦାବାଦସ୍ଥିତ ବିଶ୍ବର ବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । […]

ଖେଳ ଦେଶ ବିଦେଶ

ଭାରତ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ : ଇତିହାସ ରଚିଲା ଟିମ୍ ଇଣ୍ଡିଆ, ୪ ଓ୍ୱିକେଟରେ ଇଂଲଣ୍ଡକୁ ହରାଇଲା

ନୂଆଦିଲ୍ଲୀ, ୦୬|୦୨: ଇତିହାସ ରଚିଲା ଭାରତ । ଜିତିଲା ଅଣ୍ଡର-୧୯ ବିଶ୍ୱକପ । ରାଜା ବାବାଙ୍କ ଦମଦାର ବୋଲିଂ ଫଳରେ ଭାରତ ଫାଇନାଲ ମୁକାବିଲା ଜିତି ନେଇଛି । ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ ହାସଲ କରିଛି ଭାରତ । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ ୧୪ତମ ସଂସ୍କରଣର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଭାରତ ରେକର୍ଡ ସଂଖ୍ୟକ ପଞ୍ଚମ ଥର ପାଇଁ ଏହି ଟାଇଟଲ ହାତେଇଛି […]

ଧର୍ମ ରାଜ୍ୟ

ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ; ଆଜି ଅପରାହ୍ଣ ୪ରୁ କଟକଣା, ନୀତିକାନ୍ତିକୁ ଅନୁମତି

ପୁରୀ :‌ କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷର ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଛି। କେବଳ ମାଘସପ୍ତମୀ ନୀତିକାନ୍ତି ସ୍ବାଭାବିକ ଚାଲିବ। ବାକି ସବୁକିଛି ବନ୍ଦ ରଖାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଏ ଉପରେ ବିଧିବଦ୍ଧ ଆଦେଶନାମା ଜାରି ‌ହୋଇଛି। ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମାଘମେଳାକୁ ଦୃ‌ଷ୍ଟିରେ ରଖି କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା […]