ଶୁକଶାରି ମନ୍ଦିର ଖନନ: ମାଟି ତଳୁ ମିଳିଲା ବିଷ୍ଣୁ ମୂର୍ତ୍ତି
ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର ହୋଇଛି। ମୂର୍ତ୍ତିଟି ପ୍ରାୟ ୧୪ ଶହ ବର୍ଷ ତଳର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଶୁକଶାରି ମନ୍ଦିରର ପୂର୍ବ ପାର୍ଶ୍ବରେ ଥିବା ଗୌରୀଶଙ୍କର ମନ୍ଦିର କଡ଼ ଖନନ ବେଳେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପରେ ଏଏସ୍ଆଇ […]